ତିନି ବର୍ଷର ଶିଶୁ ସହିତ ଦୁଷ୍କର୍ମ ପରେ ହତ୍ୟା , ଅଭିଯୁକ୍ତ ସଂପର୍କରେ ସୂଚନା ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ଗୁରଗାଓଁ: ଗୁରଗାଓଁରେ ତିନି ବର୍ଷୀୟା ନାବାଳିକା ଶିଶୁ ସହିତ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ ଦୁଇ ଜଣ ଏସିପି,ତିନି ଜଣ ଇନସ୍ପେକ୍ଟର ସମେତ ପୁଲିସ କର୍ମଚାରୀ କରିବେ। ଏଥିସହିତ ଅଭିଯୁକ୍ତ ଦୁଷ୍କର୍ମକାରୀ ତଥା ହତ୍ୟାକାରୀର ଫଟୋ ପୁଲିସ ପକ୍ଷରୁ ଜାରି କରାଯାଇଛି। ଅଭିଯୁକ୍ତ ସଂପର୍କରେ ସୂଚନା ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।
ପୋଷ୍ଟମର୍ଟମ ରିପୋର୍ଟରୁ ଜଣାଯାଇଛି ଯେ ଶିଶୁ ଶରୀରରେ କାଠ ଖଣ୍ଡ ପୁରେଇ ଦିଆଯାଇଥିଲା। ତା’ପରେ ତାକୁ ହତ୍ୟା କରାଯାଥିଲା। ଗତକାଲି ସେକ୍ଟର-୬୬ ଅଞ୍ଚଳରେ ତିନି ବର୍ଷୀୟା ଶିଶୁର ମୃତ ନଗ୍ନ ଶରୀରକୁ ଉଦ୍ଧାର କରାଯାଇଥିଲା।

ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଲା ୩ ଶିଶୁକୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରଡ଼ିତାର ବାପାମାଆ ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଗତ ରବିବାରରୁ ସେମାନଙ୍କ ଝିଅ ନିରୁଦ୍ଦିଷ୍ଟ ଥିଲା। ସେମାନେ ସୁନୀଲ ନାମ ଜଣେ ଲୋକ ଏହି ଅପରାଧ କରିବା ନେଇ ସନ୍ଦେହ କରିଛନ୍ତି। ବାପା ମାଆ ସେକ୍ଟର-୬୫ ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ମାତ୍ର ସୁନୀଲ ଫେରାର୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର