ଦିଲ୍ଲୀ: ୬୫ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରି ସୁଧାର ଗୃହକୁ ଗଲା ୧୫ ବର୍ଷିୟ ନାବାଳକ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ସୈନିକ ପାର୍କର ଗୋଟିଏ କୁଡ଼ିଆରେ ଜଣେ ୬୫ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରି ଜଣେ ୧୫ ବର୍ଷିୟ ନାବାଳକ ଗିରଫ ହୋଇଛି। କାଉନ୍‌ସେଲିଙ୍ଗ୍‌ ପାଇଁ ଉକ୍ତ ନାବାଳକକୁ ଜୁଭେନାଇଲ୍‌ େଓ୍ଵଲ୍‌ଫେୟାର୍‌ ସେଣ୍ଟର୍‌କୁ ପଠାଇ ଦିଆଯାଇଛି। ପୁଲିସକୁ ବୟାନ ଦେଇ ପରଘରେ କାମ କରୁଥିବା ମହିଳା ଜଣକ କହିଛନ୍ତି, ସୋମବାର ଦିନ କାମ କରି ସାରି ଘରକୁ ଫେରିବାବେଳେ ଘଟନାଟି ଘଟିଛି। ଅଭିଯୁକ୍ତ ନାବାଳକ ପାଖରେ ଥିବା ଏକ ଘରେ ରହେ।

ସେଠାରେ ସେ ପିଲାର ବାପା ଜଣେ କେଆର୍‌ ଟେକର୍‌ ଭାବେ କାମ କରେ। ମହିଳା ଜଣକ ଗାଧୋଇବା ସମୟରେ ନାବାଳକଜଣକ ତାଙ୍କ ସହ ଦୁଷ୍କର୍ମ କରିଥିଲା। ସେ  ଚିଲାଇବାକୁ ଉଦ୍ୟମ କରିବାରୁ ନାବାଳକ ତା’ ପାଟିରେ କନାବିଣ୍ଡା ଦେଇ ଦେଇଥିଲା। ଏ ଘଟଣା କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି ଯିବା ପୂର୍ବରୁ ସେ ଧମକ ଦେଇ ଯାଇଥିଲା। କିନ୍ତୁ, ମହିଳା ଜଣକ ନେବ ସରାଇ ଥାନାକୁ ଯାଇ ଅଭିଯୋଗ ଦାଏର କରିଥିଲେ।

ଅଭିଯୁକ୍ତକୁ ଠାବ କରିବା ପାଇଁ ପୁଲିସ ଏକ ଟିମ୍‌ ଗଠନ କରିଥିଲା। ଘଟଣା ପାଇଁ ଅନ୍ୟ ଜଣକୁ ନାବାଳକ ପରିବାର ଦାୟୀ କରିଥିଲେ ମଧ୍ୟ ସେ ନିଜେ ଅପରାଧ ସ୍ୱୀକାର କରିଛି।

ଜଣେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ମହିଳାଙ୍କ ବୟାନ ରେକର୍ଡ କରାଯାଇ ନାବାଳକଟିକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ପଠାଇ ଦିଆଯାଇଥିଲା।

ମହିଳାଙ୍କ ଘର ଛତିଶଗଡ଼ରେ। ତାଙ୍କ ପୁଅ ଓ ଝିଅ ଗାଁ’ରେ ଥିବାବେଳେ ସେ ଗତ କିଛି ବର୍ଷ ହେବ ଦିଲ୍ଲୀରେ ରହି ଆସୁଛନ୍ତି।

ସମ୍ବନ୍ଧିତ ଖବର