ନୂଆଦିଲ୍ଲୀ: ଦୁନିଆରେ ମନୁଷ୍ୟ ସବୁଠାରୁ ନିଜ ମା’କୁ ଭଲ ପାଇ ଥାଏ ବୋଲି କଥା ରହିଛି। ତେବେ ରାଜଧାନୀ ଦିଲ୍ଲୀରୁ ଏକ ଓଲଟା ଘଟଣା ସାମ୍ନାକୁ ଆସିଛି। ଅଧରାତିରେ ମା’ ବାରମ୍ବାର ପାଣି ମାଗୁ ଥିବାରୁ କଳିଯୁଗର ନାବାଳକ ପୁଅ ମା’ର ଗଳା ଚିପି ହତ୍ୟା କରିବାକୁ ପଛାଇ ନଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଗ୍ରେଟର ନୋଏଡାର ବାଦଲପୁର ଅଞ୍ଚଳରେ ଗତ ଶନିବାର ଜଣେ ୫୦ ବର୍ଷୀୟ ମା’କୁ ପୁଅ ଗଳା ଚିପି ହତ୍ୟା କରିଛି । ହତ୍ୟା କରିବା ପରେ ମା’ର ମୃତ୍ୟୁ ଖବର ପୁଅ ବାପାଙ୍କୁ ଫୋନ୍ କରି ଜଣାଇଥିଲା ।
/sambad/media/post_attachments/wp-content/uploads/2019/11/12_112619011855-300x222.jpg)
ନାବାଳକ ପୁଅ ପୁଲିସ ନିକଟରେ ମା’କୁ ହତ୍ୟା କରିବାର କାରଣ ବଖାଣି କହିଥିଲା, ପ୍ରତିଦିନ ଅଧ ରାତିରେ ନିଦରୁ ଉଠାଇ ବାରମ୍ବାର ପାଣି ଓ ତମାଖୁ ମାଗୁଥିଲେ ମା’। ମଝି ରାତିରେ ନିଦ ଭାଙ୍ଗିବା ପରେ ଆଉ ଠିକ୍ ସେ ନିଦ ହୋଇପାରୁ ନଥିଲା । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ମୁଁ ମା’ର ଗଳାଚିପି ହତ୍ୟା କରିଥିଲି।