ଭୁବନେଶ୍ବର: ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ବାୟାବାବା ମଠ ଗଳିରେ ରହୁଥିବା ତ୍ରିମୂର୍ତ୍ତି ଦୋରା ଓରଫ ରାଜୁ। ନାବାଳିକା ଜଣକ ରାଜୁ ଘର ଦେଇ ସ୍କୁଲକୁ ଯାଉଥିବା ବେଳେ ରାଜୁ ତାର ପିଛା କରୁଥିଲା। ବିଭିନ୍ନ ସମୟରେ ଅଶ୍ଳୀଳ କମେଣ୍ଟ କରୁଥିଲା। ୫ ତାରିଖରେ ନାବାଳିକାକୁ ଅସଦାଚରଣ କରିବାରୁ ସେ ଘଟଣା ସମ୍ପର୍କରେ ଘରେ କହିଥିଲା। ପରିବାରବର୍ଗ ରାଜୁକୁ ଭେଟିବା ସହ ତାକୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରାଜୁ ପୂର୍ବବତ୍ କମେଣ୍ଟ କରିବାରୁ ଥାନାରେ ଅଭିଯୋଗ ହୋଇଥିଲା।
ନାବାଳିକାକୁ ଅସଦାଚରଣ, ଯୁବକ ଗିରଫ
/sambad/media/post_attachments/wp-content/uploads/2019/12/arrest-aajtak.jpg)