ଘରେ ପଶି ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ୱର : ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ତା ନାଁ ଶଙ୍କର ଦାଶ (୨୬)। ଘର ଚକେଇସିହାଣି ଅନ୍ତର୍ଗତ ଭାଗବତ ବସ୍ତି ଅଞ୍ଚଳରେ। ଗତ ୨୩ ତାରିଖ ବିଳମ୍ବିତ ରାତିରେ ଶଙ୍କର ସେହି ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେ ଏପରି କରିଥିଲା। ଏପରିକି ମହିଳା ଜଣଙ୍କ ବିରୋଧ କରିବାରୁ ଶଙ୍କର ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମଧ୍ୟ ମାରିଥିଲା। ଫଳରେ ମହିଳଜଣଙ୍କ ଚିତ୍କାର କରିବାରୁ ଶଙ୍କର ସେଠାରୁ ଚମ୍ପଟ ମାରିଥିଲା। ପରିବାର ଲୋକ ଘରକୁ ଫେରିବା ପରେ ମହିଳାଜଣଙ୍କ ଘଟଣା ବିଷୟରେ ସବୁ କଥା କହିଥିଲେ। ମହିଳା ଓ ତାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର