ଭୁବନେଶ୍ବର: ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମହିଳାଥାନା ପୁଲିସ ୟୁନିଟ୍-୬ ରାଧାକୃଷ୍ଣ ବସ୍ତିର ନବକିଶୋର ପରିଡ଼ା(୪୫)ଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, କିଛିଦିନ ହେବ ନବକିଶୋର ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ କମେଣ୍ଟ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଗତ ୩ ତାରିଖ ଦିନ ମହିଳାଙ୍କ ସ୍ବାମୀ କୋଲକାତା ଯାଇଥିବା ନବକିଶୋର ଜାଣିବାକୁ ପାଇଥିଲା। ସେଦିନ ରାତି ପ୍ରାୟ ୯ଟା ସମୟରେ ମହିଳାଙ୍କୁ ଘରେ ଏକା ପାଇ ତାଙ୍କ ସହ ଅସଦାଚରଣ କରିଥିଲା। ଏବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ମଙ୍ଗଳବାର ରାତିରେ ପୁଲିସ ନବକିଶୋରକୁ ୟୁନିଟ୍-୬ ସ୍ଥିତ ଘରୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/12/Arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)