ମହିଳା ପୁଲିସଙ୍କୁ ଦୁର୍ବ୍ୟବହାର ମାମଲା, ଜେଲ୍‌ଗଲେ ଅଭିଯୁକ୍ତ

ଭୁବନେଶ୍ୱର: ଗତକାଲି ରାଜମହଲ ଛକରେ କାର୍ଯ୍ୟରତ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୁରୁଣା ଭୁବନେଶ୍ବରର ଦେବାଶିଷ ପାଇକରାୟ ଓ ଭୀମଟାଙ୍ଗୀର ବିପିନ ରାଉତ। ଗତକାଲି ଦୁଇଜଣ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ପିଛା କରି ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଆସିଥିବା ଖାରବେଳ ନଗର ଥାନା ଏସ୍‌ଆଇ ମଧୁସ୍ମିତା କରଙ୍କୁ ଏହି ଦୁଇ ଅଭିଯୁକ୍ତ ଗାଳି କରିଥିଲେ। ତାଙ୍କୁ ଅଟକାଇବା ପରେ ସେମାନେ ଧକ୍କା ମାରି ଚାଲିଯିବା ପାଇଁ ଉଦ୍ୟମ କରିଥିଲେ। ଏ ନେଇ ମହିଳା ପୁଲିସ ଏସ୍‌ଆଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉଭୟଙ୍କୁ ଅଟକ ରଖିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନେ ବ୍ୟବହାର କରୁଥିବା ବାଇକ୍‌କୁ ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧିତ ଖବର