୪ବର୍ଷର କୁନି ଝିଅକୁ ଅସଦାଚରଣ!

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ଅଭୟମୁଖୀ ଅଞ୍ଚଳରେ ଗୋଟିଏ ୪ବର୍ଷର କୁନି ଝିଅକୁ ଜଣେ ନାବାଳକ ଅସଦାଚରଣ କରିଥିବା ଥାନାରେ ଆଜି ଅଭିଯୋଗ ହୋଇଛି। ଥାନାରେ ଲିଖିତ ଅଭିଯୋଗ ହେବା ପରେ ବାଲିପାଟଣା ପୁଲିସ୍‌ କେଶ ନଂ ୧୬/୧୮ରେ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଛି।ବାଲିପାଟଣା ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ଦେଇଥିବା ସୂଚନା ମୁତାବକ ଚାରିଦିନ ତଳେ ନାବାଳକଟି କୁନି ଝିଅଟିକୁ ଅସଦାଚରଣ କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପାଇବା ପରେ ପୁଲିସ୍‌ ଏକ ମାମଲା ଋଜୁ କରି ସଂପୃକ୍ତ ନାବାଳକକୁ ନିଜ ଅକ୍ତିଆରକୁ ନେଇଛି।ଆଜି ଉଭୟଙ୍କ ଡ଼ାକ୍ତେରୀମାଇନା କରାଯାଇଛି।ଆସନ୍ତାକାଲି ଜୁଭେଲାଇନ୍‌ ଜଷ୍ଟିସ୍‌ ବୋର୍ଡ଼ରେ ନାବାଳକଟିକୁ ପେସ୍‌ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।କିନ୍ତୁ ଅଭିଯୋଗକୁ ନାବାଳକଙ୍କ ସଂପର୍କିୟମାନେ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର