ଭୁବନେଶ୍ୱର: ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା ସହିଦନଗର ବାୟାବାବା ମଠ ଲେନ୍ ଅଞ୍ଚଳର ବସନ୍ତ ନାୟକ (୩୨)। ଦୀର୍ଘ ଦିନ ହେବ ବସନ୍ତ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା। ବିଭିନ୍ନ ସମୟରେ ତାଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଂଗିତ କରୁଥିଲା। ତେବେ ଶନିବାର ବିଳମ୍ବିତ ରାତିରେ ବସନ୍ତ ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ଘର ନିକଟକୁ ଯାଇ ଗାଳିଗୁଲଜ କରିଥିଲା। ମହିଳାଜଣଙ୍କ ପ୍ରତିବାଦ କରିବାରୁ ବସନ୍ତ ତାଙ୍କୁ ମାରଧର କରିଥିଲା। ମହିଳାଙ୍କ ସ୍ୱାମୀ ଘରେ ନଥିବା ଜାଣିବା ପରେ ବସନ୍ତ ଘର ଭିତରକୁ ପଶି ଅସଦାଚରଣ କରିଥିଲା। ଏନେଇ ମହିଳାଜଣଙ୍କ ସ୍ୱାମୀଙ୍କୁ ଜଣାଇବା ସହ ଥାନାକୁ ଆସି ଅଭିଯୋଗ କରିଥିଲେ। ପରେ ପୁଲିସ ଏକ ମାମଲା ରୁଜୁ କରି ବିଳମ୍ବିତ ରାତିରେ ବସନ୍ତକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
/sambad/media/post_attachments/wp-content/uploads/2018/06/arrest-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)