ପୂର୍ବତନ କର୍ପୋରେଟ୍‌ରଙ୍କୁ ଗାଳିକରି ଯୁବକ ଗିରଫ

ଭୁବନେଶ୍ବର: ଜଣେ ପୂର୍ବତନ ମହିଳା କର୍ପୋରେଟର୍‌ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ନୂଆପଲ୍ଲୀ ଏନ୍‌-୩ ଅଞ୍ଚଳର ମନୋଜ ମହାନ୍ତି(୩୬)। ବାତ୍ୟା ପରେ ବିଭିନ୍ନ ଅଞ୍ଚଳରେ ପାଣି ସମସ୍ୟା ଦେଖା ଦେଇଥିଲା। ତେ‌ବେ ଗତ ୬ ତାରିଖ ଦିନ ପୂର୍ବତନ ମହିଳା କର୍ପୋରେଟର୍‌ ନୂଆପଲ୍ଲୀ ଅଞ୍ଚଳରେ ପାଣି ଦେଉଥିବା ସମୟରେ ମନୋଜ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ସେ ପ୍ରତିବାଦ କରିବାରୁ ମନୋଜ ତାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର