ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଟଙ୍କପାଣି ବ୍ରିଜ ସଂଲଗ୍ନ ସହିଦନଗର ଥାନା ସୀମା ପରିସର ଅଞ୍ଚଳରୁ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଯୁବକ ସୁନାଚେନ୍‌ ଝାମ୍ପି ନେଇଛନ୍ତି । ତେବେ ଯୁବକ ଦ୍ୱୟ ସୁନାଚେନ ଝାମ୍ପି ନେବା ବେଳେ ମହିଳା ଜଣକ ବେକରେ ହାତ ପକାଇ ଦେବାରୁ ଅଧା ସୁନା ଚେନ୍‌ ତାଙ୍କ ହାତରେ ରହିଯାଇଥିବା ଜଣାପଡ଼ିଛି । ଲୁଟ୍‌ର ଶିକାର ହୋଇଥିବା ଉପରୋକ୍ତ ଦମ୍ପତି ହେଲେ ସୁଧାଂଶୁମୋହନ ଆଚାର୍ଯ୍ୟ ଓ ତାଙ୍କ ପତ୍ନୀ । ଉଭୟେ ବାଇକ୍‌ରେ ନିଆଳି ଅଭିମୁଖେ ଯାଉଥିଲେ। ହେଲେ ଯୁବକ ଦ୍ୱୟ କଳା ରଙ୍ଗର ବାଇକ୍‌ରେ ସେମାନଙ୍କୁ ପିଛା କରି ଟଙ୍କପାଣି ବ୍ରିଜ ନିକଟରୁ ସୁନାଚେନ୍‌ ଛଡ଼ାଇ ନେଇଥିଲେ ।

ସମ୍ବନ୍ଧିତ ଖବର