ଫେରାର୍‌ କାର୍‌ ଚାଳକ ଗିରଫ

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ୱର: କ୍ରାଉନ୍‌ ହୋଟେଲ୍‌ ସମ୍ମୁଖରେ କାର ଧକ୍କା ଯୋଗୁଁ ରମେଶ ମହାନ୍ତି ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ କାରଚାଳକକୁ ଗିରଫ କରିବା ସହ କାର ଜବତ କରିଛି। ସେ ହେଲା କଟକ ମଧୁପାଟଣା ଅଞ୍ଚଳର ପ୍ରଫୁଲ୍ଲ କୁମାର ବେହେରା(୫୮)। ପୁଲିସ ସୂଚନା ମୁତାବକ, ଗତ ୧ ତାରଖ ରାତି ପ୍ରାୟ ୮ଟା ସମୟରେ ରମେଶ ବେହେରାସାହିରୁ କାମ ସାରି ସାଲିଆସାହି ଏକାମ୍ରଭିଲ୍ଲା ସ୍ଥିତ ଘରକୁ ଫେରୁଥିଲେ। ସେ କ୍ରାଉନ୍‌ ହୋଟେଲ୍‌ ସମ୍ମୁଖ ରାସ୍ତା ପାରି ହେଉଥିବା ସମୟରେ ବରମୁଣ୍ଡା ପଟୁ ଆସୁଥିବା ପ୍ରଫୁଲ୍ଲଙ୍କ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଫୁଲ୍ଲ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ରମେଶଙ୍କ ପତ୍ନୀ ବୁଲି ମହାନ୍ତ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଆଜି ପୁଲିସ ପ୍ରଫୁଲ୍ଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର