୧୪ଦିନ ହେଲା ନିଖୋଜ ଥିଲେ ଯୁବକ, ଡାକ୍ତରଖାନାର ଶୌଚାଳୟରୁ ଉଦ୍ଧାର ହେଲା ମୃତଦେହ

ମୁମ୍ବାଇ : ୧୪ଦିନ ହେଲା ନିଖୋଜ ଥିଲେ ଯୁବକ | ଅନେକ ଖୋଜା ଖୋଜି ପରେ ତାଙ୍କର କୌଣସି ପତ୍ତା ମିଳୁ ନଥିବା ବେଳେ ଏବେ ତାଙ୍କର ମୃତଦେହ ମୁମ୍ବାଇରେ ଥିବା ଏକ ଡାକ୍ତରଖାନାର ଶୌଚାଳୟରୁ ଉଦ୍ଧାର କରାଯାଇଛି | ମୃତକଜଣଙ୍କ ଜଣେ ଯକ୍ଷ୍ମା ରୋଗୀ ଥିବା ବେଳେ ତାଙ୍କ ନାଁ ସୂର୍ଯ୍ୟଭାନ ଯାଦବ ବୋଲି ଜଣାପଡ଼ିଛି | ଡାକ୍ତରଖାନାରୁ ମୃତଦେହ ମିଳିବା ପରେ ବିଏମସି ପକ୍ଷରୁ ତଦନ୍ତ ପାଇଁ ଆଦେଶ ଦିଆଯାଇଛି |

ମୃତଦେହ ମିଳିବାକୁ ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ସୂର୍ଯ୍ୟଭାନ ଯକ୍ଷ୍ମା ରୋଗଗ୍ରସ୍ତ ହେବା ସହ କରୋନା ଆକ୍ରାନ୍ତ ଥିଲେ | ଶୌଚାଳୟ ଆସିଥିବା ବେଳେ ନିଶ୍ୱାସ ନେଇ ନ ପାରି ତାଙ୍କର ମୃତ୍ୟୁ ହୋଇଥାଇପାରେ | ଅକ୍ଟୋବର ୪ରେ ସୂର୍ଯ୍ୟଭାନ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା | କିନ୍ତୁ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା | ଆଜି ବନ୍ଦ ଥିବା ଶୌଚାଳୟ ଭିତରୁ ଦୁର୍ଗନ୍ଧ ବାହାରିବାରୁ କବାଟ ଭଙ୍ଗା ଯାଇ ସୂର୍ଯ୍ୟଭାନଙ୍କ ମୃତଦେହ ଉଦ୍ଧାର କରାଯାଇଛି |

Covid patient's body goes missing from civic hospital Mumbai | Cities News,The Indian Express
The Indian Express

ଅନ୍ୟପକ୍ଷରେ ପୁଲିସ କହିଛି ଯେ, ଏଭଳି ଅଭାବନୀୟ ଘଟଣା କିପରି ଘଟିଲା ତାହା ଜାଣିବା ପାଇଁ ଆମେ ଡାକ୍ତରଖାନା କର୍ମଚାରୀଙ୍କୁ ଡାକିବୁ | ଏତେ ଦିନ ଧରି ଡାକ୍ତରଖାନାର ଶୌଚାଳୟରେ ମୃତଦେହ ପଡ଼ିରହିଥିଲେ ମଧ୍ୟ କେହି କେମିତି ଜାଣି ପାରିଲେ ନାହିଁ ସେ ନେଇ ପଚରାଉଚରା କରାଯିବ |

ସମ୍ବନ୍ଧିତ ଖବର