ଫିଲ୍ମ ସୁଟିଂ ପାଇଁ ଆଗ୍ରା ଯାଇଥିବା ବେଳେ ଅଭିନେତ୍ରୀଙ୍କ ସହ ଅସଦାଚରଣ କଲେ ବିଜେପି ବିଧାୟକଙ୍କ ନାତି

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାକୁ ଜଣେ ଅଭିନେତ୍ରୀ ଫିଲ୍ମର ସୁଟିଂ କରିବାକୁ ଯାଇଥିବା ବେଳେ ଅସଦାଚରଣ ଶିକାର ହୋଇଥିବା ସୂଚନା ମିଳିଛି । ଜଣେ ବିଜେପି ବିଧାୟକଙ୍କ ନାତି ଅଭିନେତ୍ରୀଙ୍କ ସହ ସେ ରହୁଥିବା ହୋଟେଲରେ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଯେତେବେଳେ ଅଭିନେତ୍ରୀଙ୍କ ବନ୍ଧୁ ଏହାକୁ ବିରୋଧ କରିଥିଲେ ସେତେବେଳେ ଅଭିଯୁକ୍ତ ନିଜର ସାଥୀମାନଙ୍କ ସାହାଯ୍ୟ ନେଇ ତାଙ୍କୁୁ ମାଡ଼ ମାରିଥିଲେ । ଏ ନେଇ ପୀଡ଼ିତା ଛତା ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଏତଲା ରଖି ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ନୋଏଡ଼ାରେ ରହୁଥିବା ଅଭିନେତ୍ରୀଜଣକ ନିଜର ଦୁଇ ସାଙ୍ଗଙ୍କ ସହ ମିଶି ସେପ୍ଟେମ୍ବର ୨୪ରେ ଏକ ଫିଲ୍ମର ସୁଟିଂ ପାଇଁ ଆଗ୍ରାରେ ଯାଇ ପହଞ୍ଚିଥିଲେ । ରାତି ସମୟରେ ଅଭିନେତ୍ରୀ ଏବଂ ତାଙ୍କର ଦୁଇ ସାଙ୍ଗ ହୋଟେଲରେ ଖାଉଥିବା ବେଳେ ଅଭିଯୁକ୍ତ କୁନାଲ ଠାକୁର ତାଙ୍କର ୮ଜଣ ସାଥୀଙ୍କ ସହ ମିଶି ମଦ ପିଉଥିଲେ । ଏହି ସମୟରେ କୁନାଲ ନିଜ ବସିବା ସ୍ଥାନରୁ ଉଠି ପୀଡ଼ିତାଙ୍କ ପାଖକୁ ଆସିଥିଲେ । ଏହାପରେ ସେ ପୀଡ଼ିତାଙ୍କୁ ଜାବୁଡ଼ି ଧରିବା ସହ ଅଶ୍ଲୀଳ ବ୍ୟବହାର କରିଥିଲେ ଏବଂ ପରେ ନିଜ ଗାଡ଼ିରେ ନେବା ପାଇଁ ଚେଷ୍ଟା କରିଥିଲେ । ଏହାକୁ ବିରୋଧ କରିବାରୁ ପୀଡ଼ିତାଙ୍କ ଦୁଇ ସାଙ୍ଗଙ୍କୁ କୁନାଲଙ୍କ ସାଙ୍ଗମାନେ ମାଡ଼ ମାରିଥିଲେ ।

ସମ୍ବନ୍ଧିତ ଖବର