ଭୁବନେଶ୍ବର : ଦୁର୍ଘଟଣାରେ ନାବାଳକ ମୃତ, ମୋ’ ବସ୍‌ ଚାଳକ ଗିରଫ

ଫେରାର ଗାଡ଼ି ଚୋର ଗିରଫ

ଭୁବନେଶ୍ବର : ରାଜଧାନୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକ ବାଇକ୍‌ ଚାଳକର ମୃତ୍ୟୁ ଘଟିଛି। ମୃତକ ହେଉଛି ମଞ୍ଚେଶ୍ବର ଥାନା ରସୁଲଗଡ଼ ଶବରସାହିର ଦିବ୍ୟାଦର୍ଶନ ଦାଶ। ତାଙ୍କୁ ଏକ ମୋ ବସ୍‌ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି। ଏହି ଘଟଣା‌ରେ ସହିଦ ନଗର ଥାନା ପୁଲିସ ମୋ’ ବସ୍‌ ଚାଳକକୁ ଗିରଫ କରିଛି। ସେ ହେଉଛି କେନ୍ଦୁଝର ଜିଲା ଘଟଗାଁ ଥାନା ସାମନ୍ତରାପୁରର କାଳୀଚରଣ ମୁଣ୍ଡା(୩୮)। ଶୁକ୍ରବାର ସନ୍ଧ୍ୟାରେ ବାଣୀବିହାର ଛକରେ ଦିବ୍ୟାଦର୍ଶନ ବାଇକ୍‌ ନେଇ ରସୁଲଗଡ ଆଡ଼େ ଯାଉଥିଲେ। ବାଣୀବିହାର ପଟୁ କଟକ ଯାଉଥିବା ଏହି ମୋ’ବସ୍‌ ପଛରେ ବାଇକ୍‌ ଚାଳକ ପିଟି ଦେଇଥିଲା। ଏଥିରେ ଦିବ୍ୟାଦର୍ଶନ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି ହୋଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।

ଫେରାର ଗାଡ଼ି ଚୋର ଗିରଫ
ଭୁବନେଶ୍ବର : ନୂଆବର୍ଷ ଅପରାହ୍‌ଣରେ ସତ୍ୟବିହାର ଅଞ୍ଚଳରୁ ଗାଡ଼ି ଚୋରି କରି ପଳାଉଥିବା ଶବ ଜେନାକୁ ସ୍ଥାନୀୟ ଲୋକେ ମାଡ଼ିବସି ଥିଲେ। ତେବେ ସେଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ‌ଫେରାର ହୋଇ ଯାଇଥିଲା। ଆଜି ଦ୍ବିତୀୟ ଅଭିଯୁକ୍ତକୁ ମଞ୍ଚେଶ୍ବର ଥାନା ପୁଲିସ ଧରିଛି। ସେ ହେଉଛି ଗଞ୍ଜାମ ଭଞ୍ଜନଗରର ଶିବରାମ ସେଠୀ। ସେ ସତ୍ୟ ନଗରରେ ରହି ଶ୍ରମିକ କାମ କରୁଥିଲା। ଆଜି ଗାଡ଼ି ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଗାଡ଼ି ସହ ଭୁବନେଶ୍ବରରୁ ଧରିଥିଲା।

ସମ୍ବନ୍ଧିତ ଖବର