ନାବାଳିକା ଦୁଷ୍କର୍ମ ଉଦ୍ୟମକାରୀକୁ ନିଜ କବ୍‌ଜାକୁ ଆଣିବାକୁ ଯାଇ ଉତ୍ତ୍ୟକ୍ତ ଜନତା ଥାନାରେ କଲେ ଲଙ୍କାକାଣ୍ଡ; ୪ ପୁଲିସ୍‌ ଆହତ, ୨୨ ଗାଡ଼ି ଭସ୍ମୀଭୂତ

ଗୁଣ୍ଟୁର (ଆନ୍ଧ୍ରପ୍ରଦେଶ): ଜଣେ ନାବାଳିକା ଦୁଷ୍କର୍ମ ଉଦ୍ଦ୍ୟମକାରୀ ଅଭିଯୁକ୍ତକୁ ନିଜ କବ୍‌ଜାକୁ ଆଣିବାକୁ ଯାଇ ଉତ୍ୟକ୍ତ ଜନତା ଗତ ରାତିରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଥାନାରେ ଲଙ୍କାକାଣ୍ଡ ଘଟାଇଛନ୍ତି। ଉତ୍ୟକ୍ତ ଜନତାଙ୍କ ପ୍ରବଳ ଟେକା ପଥରମାଡ଼ରେ ଚାରି ଜଣ ପୁଲିସ୍‌ କର୍ମଚାରୀ ଆହତ ହେବା ସହ ଥାନାର ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନ୍ୟ ପକ୍ଷରେ ଉତ୍ୟକ୍ତ ଜନତା ଥାନା ନିକଟରେ ଥିବା ୨୨ଟି ଦୁଇ ଚକିଆ ଓ ଚାରି ଚକିଆ ଯାନରେ ନିଆଁ ଲଗାଇ ଦେବା ଫଳରେ ସେଗୁଡ଼ିକ ପୋଡ଼ିଜଳି ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ପରେ ଘଟଣା ସଂପର୍କରେ ଖବର ପାଇ ଗୁଣ୍ଟୁର ଏସ୍‌ପି ବିଜୟ ରାଓ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି।


ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗୁଣ୍ଟୁରର ବାଲାଜୀନଗର ଅଞ୍ଚଳରେ ରହୁଥିବା କେ ରଘୁ ନାମକ ଜଣେ ୨୦ ବର୍ଷିୟ ଯୁବକ, ତା’ ଘର ନିକଟରେ ରହୁଥିବା ଏବଂ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜନୈକା ୯ ବର୍ଷ ବୟସ୍କା ନାବାଳିକାକୁ ଗତ ମଙ୍ଗଳବାର ରାତିରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ତେବେ, ନାବାଳିକା ଜଣକ ଦୁଷ୍କର୍ମର ଶକାର ହେବା ପୂର୍ବରୁ କୌଶଳ କ୍ରମେ ଦୁଷ୍କର୍ମକାରୀ କବଳରୁ ଖସିଯାଇ ଘଟଣା ସଂପର୍କରେ ନିଜ ପରିବାର ଲୋକଙ୍କୁ କହିଥିଲା। ଝିଅଠାରୁ ଘଟଣା ସଂପର୍କରେ ସବୁକଥା ଶଣିବା ପରେ ପରିବାର ଲୋକେ ଉତ୍ୟକ୍ତ ହୋଇପଡ଼ିବା ସହ ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇ ଥିଲେ। ପରେ ଏହି ଘଟଣାରେ ପରିବାର ଓ ସ୍ଥାନୀୟ ଲେକେ ଉତ୍ୟକ୍ତ ହୋଇପଡ଼ି ରଘୁକୁ ମାରିବା ପାଇଁ ଖୋଜିଥିଲେ। ଏଘଟଣା ଜାଣିବା ପରେ ରଘୁ ନିଜକୁ ବଞ୍ଚାଇବା ପ୍ରାଇଁ ପ୍ରଥମେ ଫେରାର ହୋଇଯିବା ସହ ପରେ ବିଳମ୍ବିତ ରାତିରେ ଆସି ଗୁଣ୍ଟୁର ଥାନାରେ ଆତ୍ମ ସମର୍ପଣ କରିଥିଲା। ଅଭିଯୁକ୍ତ ରଘୁ ଥାନାରେ ଆତ୍ମ ସମର୍ପଣ କରଥିବା ଖବର ପାଇବା ପରେ ଉତ୍ୟକ୍ତ ଜନତା ଯାଇ ଥାନା ଘେରାଉ କରିବା ସହ ଅଭିଯୁକ୍ତ ରଘୁକୁ ସେମାନଙ୍କ ହାତକୁ ଦେଇଦେବା ପାଇଁ ଦାବି କରିବା ସହ ଏପରି ଲଙ୍କାକାଣ୍ଡ ସୃଷ୍ଯି କରିଥିଲେ।

ସମ୍ବନ୍ଧିତ ଖବର