ଭୁଜାଲି ଦେଖାଇ ମୋବାଇଲ୍‌ ଲୁଟ୍‌

ଖଣ୍ଡଗିରି: ଶୁକ୍ରବାର ଅପରାହ୍ଣରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଇନ୍‌ଫୋଭ୍ୟାଲି ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଜ‌ଣେ ଇଂଜିନିୟରିଂ ଛାତ୍ରଙ୍କ ମୋବାଇଲ୍‌ ଲୁଟ୍ କରିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଛାତ୍ର ହେଲେ, ଯାଁଳା ଫାଣ୍ଡି ଗୌଡ଼କାଶୀପୁର ଗାଁର ଦେବପ୍ରସାଦ ମହାପାତ୍ର(୧୮)। ସୂଚନାନୁସାରେ, ଗଙ୍ଗପଡ଼ା ଗ୍ରାମଡିହସ୍ଥିତ ଗିଫ୍‌ଟ କଲେଜର ଛାତ୍ର ଦେବପ୍ରସାଦ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଘରକୁ ଫେରୁଥିଲେ। ସେ ୧୬ ନମ୍ବର ଜାତୀୟ ରାଜପଥ ତଳଖେତା ଛକରୁ ଇନ୍‌ଫୋଭ୍ୟାଲି ରାସ୍ତାରେ ଚାଲି ଚାଲି ଯାଉଥିଲେ। ବାଟରେ ଏକ ପଲସରରେ ଥିବା ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ଓ ଏକ ଠିକଣା ପଚାରିବା ବାହାନାରେ କିଛି ସମୟ ତାଙ୍କୁ ଅପେକ୍ଷା କରାଇଥିଲେ। ପରେ ରାସ୍ତା ନିଛାଟିଆ ଦେଖି ତାଙ୍କୁ ଭୁଜାଲି ଦେଖାଇ ମୋବାଇଲ୍‌ ଛଡ଼ାଇ ନେଇ ପଳାଇଥିଲେ। ଏ ନେଇ ଯାଁଳା ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର