ଥାନା ସାମ୍ନାରୁ ଯୁବକଙ୍କ ମୋବାଇଲ୍‌ ଛଡ଼ାଇନେଲେ

ଭୁବନେଶ୍ୱର : ଥାନା ସାମ୍ନାରୁ ଲୁଟେରାମାନେ ମୋବାଇଲ ଛଡ଼ାଇ ନେଇଥିବା ସୌମ୍ୟସାଗର ଜେନା ନାମକ ଜଣେ ଯୁବକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସୌମ୍ୟଙ୍କ କହିବା ଅନୁଯାୟୀ ସେ ଶୁକ୍ରବାର ରାତି ୯.୨୫ରେ ନୟାପଲ୍ଲୀରୁ ତାଙ୍କ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ଠିକ୍‌ ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ନମ୍ବରବିହୀନ ସ୍କୁଟିରେ ଆସି ତାଙ୍କ ହାତରେ ଥିବା ମୋବାଇଲ ଫୋନଟିକୁ ଛଡ଼ାଇ ନେଇଥିଲେ। ସେ କିଛି ବୁଝିବା ପୂର୍ବରୁ ସେମାନେ କେଉଁ ଆଡ଼େ ଉଭାନ ହେଇଯାଇଥିଲେ। ଏନେଇ ସୌମ୍ୟ ନୟାପଲ୍ଲୀ ଥାନାରେ ଏକ ଏତଲା ଦେଇଥିଲେ। ପୁଲିସ ସଙ୍ଗେ ସଙ୍ଗେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର