ମୋବାଇଲ୍‌ ଲୁଟେରା ଗିରଫ

ଖଣ୍ଡଗିରି: ସୋମବାର ତମାଣ୍ଡୋ ଥାନା ପୁଲିସ ଘାଟିକିଆ ଅଞ୍ଚଳର ଅମିତ କୁମାର ନାଏକ ଓରଫ୍‌ ମଣ୍ଟୁ(୨୫) ନାମକ ଜଣେ ଯୁବକଙ୍କୁ ମୋବାଇଲ୍‌ ଲୁଟ୍‌ ଅଭିଯୋଗରେ ଗିରଫ କରିଛନ୍ତି। ପୁଲିସ ତାଙ୍କଠାରୁ ୩ଟି ମୋବାଇଲ୍‌ ଜବତ କରିଛି। ଗତ ୨ତାରିଖ ସନ୍ଧ୍ୟାରେ ମଣ୍ଟୁ କଳିଙ୍ଗବିହାର କେ-୩ ଅଞ୍ଚଳରୁ ସନ୍ଦିତ ମୋହନ ରଥଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା। ଆଜି ମଣ୍ଟୁ ଉକ୍ତ ମୋବାଇଲ୍‌ଟିକୁ ବିକିବା ପାଇଁ କଳିଙ୍ଗବିହାରରେ ବୁଲୁଥିବାବେଳେ ପୁଲିସ ତାକୁ ସନ୍ଦେହରେ ଧରି ପଚରାଉଚରା କରିଥିଲା। ପରେ ଉକ୍ତ ମୋବାଇଲ୍‌ଟି ସନ୍ଦିତଙ୍କର ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର