ମୋବାଇଲ ଲୁଟେରାକୁ ଧରି ଲୋକେ ଫାଣ୍ଡି ଜିମା ଦେଲେ

ଧଉଳି: ଆଜି ସଂଧ୍ୟାରେ ଉତରା ପରିବା ହାଟରେ ପରିବା କିଣୁଥିବା ଏଠାକାର ଜଣେ ବ୍ୟକ୍ତିଙ୍କ ମୋବାଇଲ ଲୁଟ୍‌ ଉଦ୍ୟମ କରୁଥିବା ଜଣେ ବାଳକକୁ ଆଜି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ମାରି ଉପରୋକ୍ତ ଫାଣ୍ଡି ପୁଲିସର ଜିମା ଦେଇଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆଉ ଦୁଇଜଣ ଯୁବକ ସେଠାରୁ ଦୌଡ଼ି ଖସି ପଳାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ଉତରା ଫାଣ୍ଡି ପୁଲିସ ଏହାର ତଦନ୍ତ କରି ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି । ଗତ ଦୁଇ ସପ୍ତାହ ମଧ୍ୟରେ ଏହି ହାଟରୁ ପରିବା କିଣୁଥିବା ସମୟରେ ୧୦ ଜଣଙ୍କର ମୋବାଇଲ ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର