୧୬ ମୋବାଇଲ ଜବତ, ଚୋର ଗିରଫ

ଭୁବନେଶ୍ୱର : ଆଜି ଜଣେ କୁଖ୍ୟାତ ମୋବାଇଲ ଲୁଟେରାକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ତା ନାଁ ଅଖୁ ଭୋଇ। ଘର ନୂଆପଲ୍ଲୀ ଭୋଇସାହିରେ। ଅଖୁ ନାଁରେ ଆଗରୁ ନୂଆପଲ୍ଲୀ ଥାନାରେ ଅନେକ ମାମଲା ରହିଛି। ଆଜି ପୁଲିସ ବିଶେଷସୁତ୍ରରୁ ଖବର ପାଇଥିଲା ଯେ, ଅଖୁ ନୂଆପଲ୍ଲୀ ନୂଆସାହିଠାରେ ଲୁଚି ରହିଛି। ଅଚାନକ ଚଢ଼ଉ କରି ପୁଲିସ ନୂଆସାହିରୁ ଅଖୁକୁ ଗିରଫ କରିଥିଲା। ପୁଲିସ ତା ନିକଟରୁ ୧୬ଟି ଚୋରା ମୋବାଇଲ ଜବତ କରିଛି। ଅଖୁ ଏବଂ ତାର ଜଣେ ସହଯୋଗୀ ବିଭିନ୍ନ ସମୟରେ ନୂଆପଲ୍ଲୀ ଏବଂ ତାର ଆଖପାଖ ଅଞ୍ଚଳରେ ଏକୁଟିଆ ଯାଉଥିବା ଲୋକମାନଙ୍କୁ ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ଟଙ୍କା ଲୁଟ୍‌ କରିଥାଏ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର