ମୋବାଇଲ୍‌ ଲୁଟେରା ଗରିଫ

ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାର ଓ ଡମଣା ଛକରୁ ଲୋକଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଇ ଦୌଡ଼ି ପଳାଉଥିବା ଜଣେ ଲୁଟେରାକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣକର ନାମ ଦାମ ରାଓ (ଦାମୋଦର)। ସେ ନୀଳାଦ୍ରିବିହାର ନୀଳମାଧବ ବସ୍ତିରେ ରହୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୁଟ୍‌ପାଟ କରେ। ଆଜି ଜଣେ ଯୁବକଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ନେଇ ପଳାଉଥିବା ବେଳେ ପୁଲିସ୍‌ ତା’କୁ ଗିରଫ କରିଥିଲା। ଦାମ ନିକଟରୁ ପୁଲିସ ଦୁଇଟି ଦାମୀ ମୋବାଇଲ୍‌ ଫୋନ୍‌ ଜବତ କରିଛି।

ସମ୍ବନ୍ଧିତ ଖବର