ଚନ୍ଦ୍ରଶେଖରପୁର : ଅମାନବୀୟ ଘଟଣାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି। ନାଲକୋ ଛକ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତା କଡ଼ରେ ଛଟପଟ ହେଉଥିବା ମଧୁସୂଦନ ରାଜ ନାମକ ଜଣେ ଯୁବକଙ୍କ ମୋବାଇଲ୍କୁ ଚୋରିକରି ନେଇଥିବା ଦୁଇଜଣ ଲୁଟେରାଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଦୁହେଁ ହେଲେ ସନାତନ ସାହୁ ଓ ମନୋଜ କୁମାର ସାହୁ। ସେମାନେ ଗତ କିଛି ଦିନ ପୂର୍ବେ ନାଲକୋ ଛକ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ଯୁବକଙ୍କ ମୋବାଇଲ୍ ଚୋରି କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଆହତ ଯୁବକ ଜଣଙ୍କଏ ନେଇ ଥାନାରେ ଅଭିଯୋଗ କରିଥିଲେ।
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଲୁଟି ୨ ଯୁବକ ଗିରଫ
/sambad/media/post_attachments/wp-content/uploads/2018/01/are.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)