ଭୁବନେଶ୍ୱର: ମଙ୍ଗଳବାର ମଧ୍ୟାହ୍ନରେ ଜଣେ ଫଟୋ ସାମ୍ବାଦିକଙ୍କ ମୋବାଇଲ୍ ଛଡ଼ାଇ ଫେରାର୍ ଉଦ୍ୟମ ବେଳେ ସ୍ଥାନୀୟ ଲୋକମାନେ ଦୁଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋର ଦ୍ୱୟଙ୍କୁ ଗିରଫ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଫଟୋ ସାମ୍ବାଦିକ ପ୍ରଭାତ ମହାନ୍ତି ୟୁନିଟ୍-୧ ହାଟରୁ ପରିବା କିଣୁଥିବାବେଳେ ଦୁଇ ଜଣ ଯୁବକ ପ୍ରଭାତଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ତାଙ୍କ ପକେଟ୍ରୁ ମୋବାଇଲ ଛଡ଼ାଇ ନେଇ ପଳାଇଥିଲେ। ହେଲେ ପ୍ରଭାତ ପାଟି କରିବାରୁ ସେଠାରେ ଥିବା ଲୋକମାନେ ଦୁଇ ଯୁବକକୁ ଘେରି ଯାଇ କାବୁ କରିନେଇଥିଲେ। ଆଉ ନିସ୍ତୁକ ମାଡ଼ମାରିବା ସହ ପୁଲିସକୁ ଫୋନ୍ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ମୋବାଇଲଟିକୁ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/m15.jpg)