୨ ଛାତ୍ର ଗିରଫ ଓ ମୋବାଇଲ୍‌ ଜବତ

ଓଲା ଚାଳକଙ୍କୁ ଆକ୍ରମଣ କରି ମୋବାଇଲ୍‌ ଲୁଟ୍‌

ଭୁବନେଶ୍ୱର: ଜଣେ ଓଲା ଗାଡ଼ି ଚାଳକଙ୍କୁ ଆକ୍ରମଣ କରି ମୋବାଇଲ୍‌ ଲୁଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୨ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରଜ୍ଞା ରଞ୍ଜନ ସାହୁ(୧୯) ଓ ଅମୀର ମୋହନ ସାହୁ(୧୯)।
ପୁଲିସ ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ପ୍ରଜ୍ଞା ଓ ଅମୀର ମାଷ୍ଟରକ୍ୟାଣ୍ଟିନ୍‌ ନିକଟରେ ଜଣେ ଓଲା ଗାଡ଼ିଚାଳକକୁ ଅଟକାଇଥିଲେ। ଚାଳକ ତ୍ରିଲୋଚନ ସାହୁ ଗାଡ଼ି ଅଟକାଇବା ମାତ୍ରେ ଉଭୟ ପ୍ରଜ୍ଞା ଓ ଅମୀର ଅଚାନକ ତାଙ୍କୁ ଆକ୍ରମଣ କରି ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏନେଇ ତ୍ରିଲୋଚନ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଉଭୟ ପ୍ରଜ୍ଞା ଓ ଅମୀରକୁ ଗିରଫ କରିବା ସହ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ଥାନାରେ ପଚରା ଉଚରା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର