ଷ୍ଟେସନ୍‌ରୁ ମୋବାଇଲ ଚୋର ଗିରଫ

ଭୁବନେଶ୍ୱର: ଭୁବନେଶ୍ବର ରେଳଷ୍ଟେସନ୍‌ ପୁରୁଣା ରିଜର୍ଭେସନ୍‌ କାଉଣ୍ଟର୍‌ ସାମ୍ନାରୁ ଜଣେ ମୋବାଇଲ ଚୋରକୁ ପୁଲିସ ଗିରଫ କରିଛି। ସେ ହେଲା, ଯାଜପୁର ଜିଲ୍ଲା ବରୁଆଁ ଥାନା ଅଧୀନ ଗୋବିନ୍ଦପୁରର ବିଜୟ ସାହାଣୀ। ତା’ଠାରୁ ଏକ ମୋବାଇଲ୍ ମଧ୍ୟ ଜବତ କରାଯାଇଛି। ଢେଙ୍କାନାଳ ଜିଳ୍ଲା ଭୁବନ ଥାନା ଅଧୀନ ମାର୍ଥାପୁର ଗ୍ରାମର ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି। ଗୋପାଳ ଷ୍ଟେସନ ଯାଇଥିବା ବେଳେ ତାଙ୍କ ପକେଟ୍‌ରୁ ମୋବାଇଲ ନେଇ ବିଜୟ ଫେରାର୍‌‌ ହୋଇ ଯାଇଥିଲେ। ଗୋପାଳଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କ ଫୋନ୍‌କୁ ଟ୍ରାକ୍‌ କରାଯାଇଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଭରତ ସାହୁଙ୍କ ସହ ଏଏସ୍‌ଆଇ ବି.କେ.ପଟ୍ଟନାୟକ ଚଢ଼ଉ କରି ତାକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର