ନାତି-ନାତୁଣୀ ଖେଳାଇବା ବୟସରେ ବାପା-ମା’ ହେବାରୁ ନିଜର ନବଜାତ ଶିଶୁକୁ ହତ୍ୟା କଲେ ଦମ୍ପତି

ସିଲିଗୁଡ଼ି: ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ ନିଜ ନବଜାତ ଶିଶୁକୁ ହତ୍ୟା କରିବା ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ପୁଲିସ । ମୃତ ନବଜାତକ ଦମ୍ପତିଙ୍କର ଷଷ୍ଠ ସନ୍ତାନ ଥିବା ବେଳେ ପଡ଼ୋଶୀମାନଙ୍କର ଅପମାନକୁ ସହି ନ ପାରି ସେମାନେ ଏପରି କରିଥିବା ଜଣା ପଡ଼ିଛି । ଅଭିଯୁକ୍ତ ସ୍ୱାମୀ ଦିଲୀପ୍‌ ଚକ୍ରବର୍ତ୍ତୀ ଏବଂ ସ୍ତ୍ରୀ ସୁନୀତା ବୋଲି ଚିହ୍ନଟ କରିଛି ପୁଲିସ । ଦିଲୀପଙ୍କ ୪୭ବର୍ଷ ବୟସ ହୋଇଥିବା ସୁନୀତାଙ୍କ ବୟସ ୪୨ବୋଲି ଜଣା ପଡ଼ିଛି । ହତ୍ୟାର ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ତଦନ୍ତ ଚଳାଇଛି ପୁଲିସ ।

Mail & Guardian

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ପୂର୍ବରୁ ଦିଲୀପ୍‌ ଏବଂ ସୁନୀତାଙ୍କର ୩ଝିଅ ଏବଂ ୨ଟି ପୁତ୍ର ସନ୍ତାନ ଥିଲେ । ଏହା ସହ ଦିଲିପ୍‌ଙ୍କ ବଡ଼ ଝିଅ ବିବାହ କରି ତାଙ୍କର ମଧ୍ୟ ସନ୍ତାନ ଜନ୍ମ ହୋଇ ସାରିଥିଲା । ନାତି ନାତୁଣୀ ଖେଳାଇବା ବୟସରେ ପୁଣି ଥରେ ବାପା ହେବାର ଅପମାନକୁ ସହି ନ ପାରି ଦମ୍ପତି ଏପରି କରି ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ଅନ୍ୟ ପକ୍ଷରେ ନବଜାତକଟି ଶିଶୁକନ୍ୟା ଥିବାରୁ ଦମ୍ପତି ତା’ର ହତ୍ୟା କରିଥାଇ ପାରନ୍ତି ବୋଲି ଜଲପାଇଗୁଡ଼ିର ପୁଲିସ ଅଧୀକ୍ଷକ ଅମିତାଭ ମଇତି କହିଛନ୍ତି । ରବିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଦମ୍ପତିଙ୍କୁ ଗିରଫ କରିଥିଲା ପୁଲିସ । ଦୁଇ ଜଣ ସେମାନଙ୍କର ଦୋଷ ସ୍ୱୀକାର କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର