ଘରେ କେହି ନଥିବା ବେଳେ ବନ୍ଧୁକ ଦେଖାଇ ମଡ଼େଲଙ୍କୁ ଦୁଷ୍କର୍ମ କଲେ ଯୁବକ, ମାମଲା ରୁଜୁ ହେବା ପରେ ଫେସ୍‌ବୁକ୍‌ ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ କଲେ ପୀଡ଼ିତା

ଚଣ୍ଡିଗଡ଼ : ଚଣ୍ଡିଗଡ଼ର ସେକ୍ଟର ୬୩ରେ ରହୁଥିବା ଜଣେ ୨୨ବର୍ଷୀୟ ମଡ଼େଲ ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ପୀଡ଼ିତା ଅଭିଯୁକ୍ତକୁ ପୂର୍ବରୁ ଜାଣି ନଥିବା ବେଳେ ଫେସ୍‌ବୁକ୍‌ ମାଧ୍ୟମରେ ସେ ଅଭିଯୁକ୍ତକୁ ଚିହ୍ନଟ କରି ସାରିଥିବା ଜଣା ପଡ଼ିଛି ।

India Today

ସୂଚନା ମୁତାବକ, ଶୁକ୍ରବାର ପୀଡ଼ିତାଙ୍କ ବନ୍ଧୁ ବଲବିନ୍ଦରଙ୍କ ସହ ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଆସିଥିଲେ । ସେ ସମୟରେ ପୀଡ଼ିତା ନିଜର ଜଣେ ବନ୍ଧୁଙ୍କ ସହ ଘରେ ଉପସ୍ଥିତ ଥିଲେ । କିଛି ସମୟ କଥା ହେବା ପରେ ବଲବିନ୍ଦର ଏବଂ ପୀଡ଼ିତାଙ୍କ ସାଙ୍ଗ ଘରୁ ବାହାରକୁ କୌଣସି କାମରେ ଚାଲି ଯାଇଥିଲେ । ଏହି ସମୟରେ ୨୮ବର୍ଷୀୟ ଅଭିଯୁକ୍ତ ପୀଡ଼ିତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ସାଙ୍ଗ ଘରକୁ ଫେରିବା ପରେ ପୀଡ଼ିତା ସେମାନଙ୍କୁ ପୂରା ଘଟଣା ଜଣାଇଥିଲେ । କିନ୍ତୁ ସେତେବେଳକୁ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ପୁଲିସରେ ଅଭିଯୋଗ କରିଥିବା ବେଳେ ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର