ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ମଡେଲଙ୍କୁ ଗୁଳି କରି ହତ୍ୟା କଲେ କ୍ଲବ୍‌ ମାଲିକ

ନୂଆଦିଲ୍ଲୀ : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଥାଇଲାଣ୍ଡର ଜଣେ ମଡ଼େଲ ପାେଓ୍ଵନାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣଙ୍କ ଥାଇଲାଣ୍ଡର ବିୟୁଟି କୁଇନ୍‌ ରହି ସାରିଥିବା ବେଳେ ଖୁବ୍‌ ଶୀଘ୍ର ସେ ତାଙ୍କ ପ୍ରେମିକଙ୍କ ସହ ନିର୍ବନ୍ଧ କରିଥାନ୍ତେ । କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖା ଥିଲା । ପାେଓ୍ଵନା ନିଜ ସାଙ୍ଗମାନଙ୍କ ସହ ଏକ କ୍ଲବ୍‌କୁ ଯାଇଥିବା ବେଳେ କ୍ଲବ୍‌ର ମାଲିକ ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । କିନ୍ତୁ ପାେଓ୍ଵନା ତାଙ୍କ ପ୍ରସ୍ତାବରେ ରାଜି ନ ହୋଇ ସେଠାରୁ ଆସିବାକୁ ବାହାରିଥିଲେ । ଏହି ସମୟରେ ରାଗରେ କ୍ଲବ୍‌ର ମାଲିକ ପାଣ୍ୟା ପାେଓ୍ଵନାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ସହ ପାେଓ୍ଵନାଙ୍କ ସହ ଥିବା ତାଙ୍କ ସାଙ୍ଗଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ ପାଣ୍ୟା ।

oneindia.com

ସୂଚନା ମୁତାବକ, ପାେଓ୍ଵନା କିଛି ବର୍ଷ ପୂର୍ବରୁ ପାଣ୍ୟାଙ୍କ କ୍ଲବ୍‌ରେ ଡ଼୍ୟାନ୍‌ସର ଭାବେ କାମ କରୁଥିଲେ । ପୂର୍ବରୁ ଅନେକ ଥର ପାଣ୍ୟା ପାେଓ୍ଵନାଙ୍କ ନିକଟତର ହେବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ନିଜ ଠାରୁ ୨୦ବର୍ଷ ଛୋଟ ପାେଓ୍ଵନାଙ୍କୁ ବିବାହ କରିବାକୁ ଚାହୁଁଥିଲେ ପାଣ୍ୟା । କିନ୍ତୁ ପାେଓ୍ଵନାଙ୍କ ନିର୍ବନ୍ଧ କଥା ଶୁଣି ସେ ପାେଓ୍ଵନାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ଚେଷ୍ଟା କରି ବିଫଳ ହୋଇ ଏଭଳି ଅପରାଧ କରିଥିଲେ । ଏହି ଘଟଣା ପରେ ପାଣ୍ୟା ଫେରାର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର