ଟ୍ରେନ୍‌ ଟିକେଟରେ ମୋଦିଙ୍କ ଫଟୋ ଛାପି ଦୁଇ ରେଳ ଅଧିକାରୀ ନିଲମ୍ବନ

ଲକ୍ଷ୍ମୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମର୍ଥନ କରି ବାରାବଙ୍କିରେ ଟ୍ରେନ୍‌ ଟିକେଟ ବାଣ୍ଟିବା ନେଇ ଏକ ମାମଲାର ଯାଞ୍ଚ ଆଦେଶ ଦିଆଯିବା ପରେ ସୋମବାର ଦୁଇ ରେଳାବାଇ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ନିଲମ୍ବନ କରିଛି। ନିଲମ୍ବିନ ହୋଇଥିବା ଦୁଇ ରେଳ ଅଧିକାରୀଙ୍କ ନାମ ସନ୍ତୋଷ କୁମାର ଓ ଚିତ୍ରା କୁମାରୀ ବୋଲି ଜଣାପଡ଼ିଛି।

ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି କି ଟିକେଟ ରୋଲ ସହିତ ମୋଦିଙ୍କ ଫଟୋ ଗତ ୧୦ଦିନ ହେବ ବ୍ୟବହାର କରାଯାଉଛି। ଯାହାକୁ ଆଚରଣ ବିଧିର ଉଲଙ୍ଘନ ଆଧାରରେ ଯାଉଛି। ଏଡିଏମ୍‌ ସନ୍ଦୀପ କୁମାର ଗୁପ୍ତାଙ୍କଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ ଦ୍ୱାରା ଯାଞ୍ଚର ଦାୟିତ୍ୱ ଦିଆଯାଇଥିଲା। ସନ୍ଦୀପ କୁମାର ଗୁପ୍ତାଙ୍କ କହିବାନୁସାରେ, ଆମେ ଏହି ମାମଲାର ଯାଞ୍ଚ ପାଇଁ ରେଳ ଷ୍ଟେସନ୍‌କୁ ଯାଇଥିଲୁ। ସେଠାରେ ଜଣାପଡ଼ିଲା କି ରବିବାର ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଲୋକଙ୍କୁ ଟିକେଟ ଜାରି କରାଯାଇଥିଲା। ତେବେ ଏହା ଭୁଲବଶତଃ ହୋଇଥିବା କଥା କୁହାଯାଉଛି। ଏହି ଘଟଣାରେ ଦୁଇ ରେଳ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ନିଲମ୍ବନ କରିଛି।

ସମ୍ବନ୍ଧିତ ଖବର