ଦୁଷ୍କର୍ମକାରୀଙ୍କଠାରୁ ପୋଷା କୁକୁର ଏଭଳି ବଞ୍ଚାଇଲା ମାଲିକଙ୍କ ଝିଅର ଇଜ୍ଜତ,୨ମିନିଟ୍‌ ବିଳମ୍ବ ହୋଇଥିଲେ ଘଟିଥାନ୍ତା ଅଘଟଣ

ସାଗର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ସାଗରରେ ଦେଖିବାକୁ ମିଳିଛି ଏକ କୁକୁରର ମହାନତା । ଦୁଷ୍କର୍ମକାରୀଙ୍କଠାରୁ ମାଲିକଙ୍କ ଝିଅର ଇଜ୍ଜତ ବଞ୍ଚାଇଛି କୁକୁର । ଏହି ଖବର ପ୍ରସାରଣ ହେବା ପରେ ଏବେ କୁକୁରର ଏହି ମହାନ କାର୍ଯ୍ୟ ପାଇଁ ତାକୁ ପ୍ରଶଂସା କରାଯାଇଛି ।

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଶୁକ୍ରବାର ରାତି ୧୨ଟା ସମୟରେ । ପୀଡ଼ିତା ଘର ବାହାରକୁ କୌଣସି କାମରେ ଆସିଥିବା ବେଳେ ସେଠାରେ ଦୁଇ ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଟେକି ପାଖ ଜଙ୍ଗଲକୁ ନେଇ ଯାଇଥିଲେ । ଜଣେ ପୀଡ଼ିତାଙ୍କ ମୁହଁ ବନ୍ଦ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରୁଥିଲା । ଏହି ସମୟରେ ପହଞ୍ଚିଥିଲା ପୀଡ଼ିତାଙ୍କ ଘରେ ଥିବା କୁକୁର ମୋତି । ଅଭିଯୁକ୍ତ ପୀଡ଼ିତାଙ୍କ ପାଟି ବନ୍ଦ କରିଥିବାରୁ ସେ ପାଟି କରି କାହାକୁ ଡ଼ାକି ପାରୁ ନଥିଲେ । ଏହା ଦେଖି ମୋତି ପାଟି ବନ୍ଦ କରିଥିବା ଅଭିଯୁକ୍ତର ଗୋଡ଼ କାମୁଡ଼ି ଦେଇଥିଲା । ଏହାପରେ ଅଭିଯୁକ୍ତ ପୀଡ଼ିତାଙ୍କ ମୁହଁରୁ ହାତ କାଢ଼ି ଦେବାରୁ ପୀଡ଼ିତା ପାଟି କରି ସାହାଯ୍ୟ ପାଇଁ ଡ଼ାକିଥିଲେ । ପୀଡ଼ିତାଙ୍କ ପାଟି ଶୁଣି ଘଟଣାସ୍ଥଳରେ ତାଙ୍କ ପରିବାର ଏବଂ ସ୍ଥାନୀୟ ଲୋକ ପହଞ୍ଚିଥିଲେ ।

The Hindu

ପରିବାର ଲୋକ ଆସୁଥିବା ଦେଖି ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଦୁଇ ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ପଡ଼ୋଶୀ ବୋଲି ପୀଡ଼ିତା କହିବା ପରେ ପୁଲିସରେ ଅଭିଯୋଗ ଦିଆଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର