ପୁଲିସ୍‌ ଏଏସ୍‌ଆଇ ନାମରେ ଅସଦାଚରଣ ଅଭିଯୋଗ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ ପୀଡ଼ିତା

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର କାପ୍ତିପଦା ଅଞ୍ଚଳର ଜଣେ ମହିଳାଙ୍କୁ ଜନୈକ ପୁଲିସ୍ ଏଏସ୍‌ଆଇ ଅସଦାଚରଣ କରିବା ପରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣାରେ ମହିଳା ଜଣକ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚିଛନ୍ତି।

ସେ ଅଭିଯୋଗ ଆଣି କହିଛନ୍ତି ଯେ କାପ୍ତିପଦା ପୁଲିସ୍‌ ଷ୍ଟେସନ୍‌ରେ କାର୍ଯ୍ୟରତ ଏଏସ୍‌ଆଇ ଶୁଭେନ୍ଦୁ ବେହେରା ମେ ୧୨ ତାରିଖ ରାତି ୧.୩୦ ସମୟରେ ଆମ ଘରକୁ ଆସିଥିଲେ। ପ୍ରବଳ ଗରମ ହେଉଥିବା ହେତୁ ଘରର ଗ୍ରିଲ୍‌ ଖୋଲା ଥିଲା। ମୁଁ ମୋ ଘରେ ଶୋଇଥିବା ବେଳେ ସେ ଆସି ସେଠାରେ ମୋ ସହ ଅସଦାଚରଣ କରିଥିଲେ। ମୁଁ ଜୀବନ ବିକଳରେ ପାଟି କରିବାରୁ ମୋ ପରିବାର ଲୋକ ଉଠିପଡ଼ିଲେ। ପରିବାର ଲୋକ ଉଠି ପଡ଼ିବାରୁ ସେ ଦୌଡ଼ି ଯିବା ବାଟରେ ଗ୍ରିଲ୍‌ରେ ପିଟି ହୋଇଗଲେ। ତା’ପରେ ସେଠାରେ ଅଚେତ ହୋଇ ପଡ଼ିଗଲେ। ଏହି ବିଷୟରେ ମୁଁ  କପ୍ତିପଦା ଥାନା ଆଇଆଇସିଙ୍କ ନିକଟରେ ଅଭିଯୋଗ କଲି। ସେ ଆସି ଏଏସ୍‌ଆଇଙ୍କୁ ଉଦ୍ଧାର କରି ନେଇଗଲେ।

ମହିଳା ଜଣକ ପୁଣି କହିଛନ୍ତି ଯେ ରାତି ପ୍ରାୟ ୩ଟା ବେଳକୁ ପୁଲିସ୍‌ ଆସି ତାଙ୍କ ସ୍ୱାମୀଙ୍କୁ ବିନା କାରଣରେ ଟେକି ନେଇ ଯାଇଥିଲା। ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ବି ପୁଲିସ୍‌ ମନ୍ଦ ବ୍ୟବହାର ଦେଖାଇଥିଲା।

ସମ୍ବନ୍ଧିତ ଖବର