୧୦ମ ଶ୍ରେଣୀ ଛାତ୍ରୀ ୫ଜଣ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର

ଆଗ୍ରା: ଆଗ୍ରାସ୍ଥିତ ହାତରସ ଜିଲ୍ଲାରେ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନେଇ ୫ଜଣ ଯୁବକ ତାହା ସହିତ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ପରିବାରବର୍ଗ ଏ ସମ୍ପର୍କରେ ପୁଲିସରେ ମାମଲା ରୁଜୁ କରିଥିଲେ। ପୁଲିସ ଅନୁସନ୍ଧାନ କରି ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ୫ଜଣଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

ପୀଡିତାଙ୍କ କହିବାନୁସାରେ, ଶନିବାର ମୁଁ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ୫ଜଣ ଯୁବକ ମୋତେ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ। କେବଳ ଏତିକି ନୁହେଁ ଜଙ୍ଗଲ ଭିତରେ ମୋ ସହିତ ଦୁଷ୍କର୍ମ ମଧ୍ୟ କରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ମୁଁ ସାହାସ ଜୁଟାଇ ଘରକୁ ଆସିଥିଲି। ଘଟଣା ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇଥିଲି। କେବଳ ଏତିକି ନୁହେଁ ଯଦି ମୁଁ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି କୁହେ ତେବେ ମୋର ପରିବାର ବର୍ଗଙ୍କୁ ସେମାନେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ପୀଡିତାଙ୍କ ବୟାନ କ୍ରମେ ଆମେ ତାଙ୍କର ଡାକ୍ତରି ମାଇନା କରିବା ସହିତ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛୁ। ଅନ୍ୟମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚାଲଛି।

ସମ୍ବନ୍ଧିତ ଖବର