ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି। ମାତା-ପିତାଙ୍କ ମର ଶରୀରର ସହ ଜଣେ ୩ବର୍ଷୀୟା ଶିଶୁ କନ୍ୟା ୧୧ଘଣ୍ଟା ବିତାଇବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଦିନ ଭଳି ମୃତକଙ୍କ ବାପା ଅଭୟ ସିଂହ ଭ‌େଦୋରିଆ ରବିବାର ସକାଳ ସମୟରେ ଫୋନ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଶିଶୁକନ୍ୟାଟି ଫୋନ ଉଠାଇ ମା’-ବାପା ମରିଗଲେ। ମୋତେ ଭୋକ ଲାଗିଲାଣି...ଶୀଘ୍ର ଆସ ବୋଲି କହିଥିଲେ। ଯାହା ଶୁଣି ତୁରନ୍ତୁ ପୁଲିସକୁ ସୂଚନା ଦେବା ସହ ପରିବାର ସହ ପହଞ୍ଚିଥିଲେ ଅଭୟ। ଘରର କବାଟ ଖୋଲିବା ପରେ ପୁଅ-ବୋହୂଙ୍କୁ ତଳେ ରକ୍ତାକ୍ତ ଅବସ୍ଥାରେ ଦେଖି ଅଭୟଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥି‌ବା ବେଳେ ପୁଲିସ ହତ୍ୟା-ଆତ୍ମହତ୍ୟାର ମାମଲା ରୁଜୁ କରିଛି। ମୃତକଙ୍କ ନାଁ ସତେନ୍ଦ୍ର ଓ ଅଂଶୁ ବୋଲି ଜଣା ପଡ଼ିଛି।

Advertisment

ସୂଚନା ମୁତାବକ, ରବିବାର ସକାଳ ପ୍ରାୟ ୧୧ଟାରେ ଅଭୟ ସତେନ୍ଦ୍ରଙ୍କୁ ଫୋନ କରିଥିଲେ। ଫୋନ ଆସୁଥିବା ଜାଣି ଶିଶୁଟି ଫୋନ ଉଠାଇବା ପରେ ଅଭୟ ଅଂଶୁଙ୍କୁ ଫୋନ ଦେବାକୁ କହିଥିଲେ। ଯାହାକୁ ଶୁଣି ଶିଶୁଟି କହିଥିଲା, ମମି ମରି ଗଲେ। ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହେବା ସହ ଅଭୟ ସତେନ୍ଦ୍ରଙ୍କୁ ଫୋନ ଦେବା ପାଇଁ କହିବା ପରେ, ବାପା ବି ମରିଗଲେ। ମୋତେ ବହୁତ ଜୋ‌ରରେ ଭୋକ ଲାଗୁଛି। ଶୀଘ୍ର ଆସ ବୋଲି କହିଥିଲା ଶିଶୁକନ୍ୟା। ଖବର ପାଇଁ ଦୁଇ କିଲୋମିଟର ଦୂରରେ ରହୁଥିବା ଅଭୟ ତୁରନ୍ତ ଆସି ସତେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ।

Image result for death AI News

ସତେନ୍ଦ୍ରଙ୍କ ସଂପର୍କୀୟଙ୍କ କହିବା ମୁତାବକ, କିଛି ଦିନ ତଳେ ଅଂଶୁ ଏକ ବିବାହକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭଲ ଭାବରେ ନିମନ୍ତ୍ରଣ କରାଯାଇ ନଥିବାରୁ ସତେନ୍ଦ୍ର ଅଂଶୁଙ୍କୁ ଯିବା ପାଇଁ ମନା କରିଥିଲେ। ଯାହା ପାଇଁ ଦୁହିଁଙ୍କ ମଧ୍ୟ ଝଗଡ଼ା ହୋଇ ଏଭଳି ଘଟଣା ଘଟିଥାଇ ପାରେ ବୋଲି ସଂପର୍କୀୟମାନେ ଆଶଙ୍କ‌ା କରୁଛନ୍ତି।