ବାପା ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ଝିଅକୁ ହତ୍ୟା କଲା ମା’

ମୁମ୍ବାଇ : ବାପା ସହ ଯୌନ ସଂପର୍କ ଥିବା ସନ୍ଦେହ କରି ନିଜ ଝିଅର ଗଳା ଚିପି ହତ୍ୟା କରିଛି ମା’ । ମୁମ୍ବାଇର ଖର୍‌ଘର୍‌ରେ ଏହି ଘଟଣା ଘଟିଥିବା ବେଳେ ହତ୍ୟା ପଛର ପ୍ରକୃତ କାରଣ କ’ଣ ତାହା ଜଣା ପଡ଼ି ନାହିଁ । ଅନ୍ୟ ପକ୍ଷରେ ପ୍ରଥମରୁ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡ଼ିଥିବା ବେଳେ ଶବ ବ୍ୟବଚ୍ଛଦ ପରେ ଏହା ହତ୍ୟା ବୋଲି ଜଣା ପଡ଼ିଥିଲା । ଏ ନେଇ ପୂରା ପରିବାରଙ୍କୁ ପଚରାଉଚରା କରାଯିବା ପରେ ସେ ନିଜ ଝିଅକୁ ମାରିଛନ୍ତି ବୋଲି ଅଭିଯୁକ୍ତ ମା’ ସ୍ୱୀକାର କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ନିଜ ସ୍ୱାମୀ ସହ ୧୬ବର୍ଷୀୟ ଝିଅର ଅନୈତିକ ସଂପର୍କ ଥିବା ସନ୍ଦେହ କରିବା ଆରମ୍ଭ କରିଥିଲେ ମହିଳା । ମାର୍ଚ୍ଚ ୪ରେ ସ୍ୱାମୀ ଘରେ ନଥିବା ବେଳେ ନିଜ ଝିଅକୁ ଏ ନେଇ ପଚାରିବା ପରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଝଗଡ଼ା ବଢ଼ିଯିବାରୁ ମହିଳା ଜଣକ ଏକ କପଡ଼ା ସାହାଯ୍ୟରେ ଝିଅର ଗଳା ଚିପି ହତ୍ୟା କରିଥିଲେ । ଏହା ପରେ ସେ ନିଜ ସ୍ୱାମୀଙ୍କୁ ଫୋନ କରି ଝିଅର ଦେହ ଖରାପ ଅଛି ବୋଲି କହି ଘରକୁ ଡ଼ାକିଥିଲେ । ତାଙ୍କ ସ୍ୱାମୀ ଘରେ ପହଞ୍ଚିବା ପରେ ଝିଅ ଆଉ ଏ ଦୁନିଆରେ ନାହିଁ ବୋଲି ଜାଣାଇଥିଲେ । ପଡ଼ୋଶୀ ଏ ନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହା ଏକ ଦୁର୍ଘଟଣା ବୋଲି ଭାବିଥିଲା ।

NDTV.com

ଏହା ପରେ ଶବ ବ୍ୟବଚ୍ଛଦ କରାଯାଇ ଝିଅର ଶବ ମାତା-ପିତାଙ୍କୁ ଦିଆ ଯାଇଥିଲା । ନିଜ ଜନ୍ମସ୍ଥାନ ରାଜସ୍ଥାନ ହୋଇଥିବାରୁ ନାବାଳିକାର ଶବକୁ ରାଜସ୍ଥାନ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସବୁ ସରିବା ପରେ ଘଟଣା ଉପରୁ ପରଦା ହଟିଥିଲା । ମାର୍ଚ୍ଚ ୨୧ରେ ଶେଷକୃତ୍ୟ ସାରି ମୁମ୍ବାଇ ଫେରିବା ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିଲା ବୋଲି ପୁଲିସ ଜଣାଇବା ସହ ଘଟଣା ବିଷୟରେ ପଚରାଉଚରା କରିଥିଲା । ଏହା ପରେ ମୋ ଝିଅର ସ୍ୱାମୀଙ୍କ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ମୁଁ ଏପରି କରିଥିଲି ବୋଲି ଅଭିଯୁକ୍ତ ମା’ ପୁଲିସ ଆଗରେ ସ୍ୱୀକାର କରିବା ସହ ପୁଲିସ ତାଙ୍କୁ ଧାରା ୩୦୨ ଅନୁଯାୟୀ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର