ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭକୁ ପରିବାର ସହିତ ମାଳା ବିକ୍ରି କରିବାକୁ ଆସିଥିବା ଯୁବତୀ ମୋନାଲିସା ଭୋଁସଲେ ତାଙ୍କର ସୁନ୍ଦର ନୀଳ ଆଖି, ଲମ୍ବା କେଶ ଏବଂ ଏକ ସୁନ୍ଦର ହସ ପାଇଁ ଚର୍ଚ୍ଚାର ପରିସରରେ ରହିଛନ୍ତି।
ମୋନାଲିସା ତାଙ୍କର 'ସୌନ୍ଦର୍ଯ୍ୟ' ପାଇଁ ଏଭଳି ସମସ୍ୟାର ସାମ୍ନା କରିବେ ସେ କଥା କେବେ ଚିନ୍ତା ବି କରି ନଥିଲେ। ଜଣେ ୟୁଟ୍ୟୁବର ମୋନାଲିସାଙ୍କ ଠାରୁ ମାଳା କିଣିବା ସହିତ ତାଙ୍କର ଫଟୋ ଓ ଭିଡିଓ କରିଥିଲେ।
ଅଧିକପଢ଼ନ୍ତୁ: ନକ୍ସଲଙ୍କ ପ୍ରେସ ବିବୃତି: କମ୍ପାନିକୁ ସମର୍ଥନ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବ
ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡିଓ ଆସିବା ପରେ ମୋନାଲିସା ରାତାରାତି ଷ୍ଟାରପାଲଟି ଯାଇଥିଲେ। ଲୋକେ ମୋନାଲିସାଙ୍କ ପାଖକୁ ଯାଇ ହଇରାଣ କରିବା ଆରମ୍ଭ କରି ଦେଇଥିଲେ। ଅନେକ ୟୁଟ୍ୟୁବର ବି ମୋନାଲିସାଙ୍କ ସହିତ ଖରାପ ବ୍ୟବହାର କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଏତେ ମାତ୍ରାରେ ମୋନାଲିସା ଲୋକଙ୍କ ଦ୍ବାରା ହଇରାଣ ହେଲେ ଯେ ସେ ତାଙ୍କ ମାଳା ବିକ୍ରି କରି ପାରି ନଥିଲେ। ଶେଷର ନିଜର ଓ ପରିବାରର ସୁରକ୍ଷା ପାଇଁ ସେ ଗାଁକୁ ଫେରି ଯାଇଛନ୍ତି।
ମୋନାଲିସା ଏକ ଭିଡିଓରେ ପ୍ରତିକ୍ରିୟା ଦେଇ କହିଛନ୍ତି, 'କିଛି ଲୋକ ଆମ ତମ୍ବୁକୁ ଆସି କହିଥିଲେ ଯେ ମୋ ବାପା ସେମାନଙ୍କୁ ସେଲଫି ନେବାକୁ ଏଠାକୁ ପଠାଇଛନ୍ତି।
ଅଧିକପଢ଼ନ୍ତୁ: ଲାଭ ଦେଲା ନାହିଁ ଗିଲଙ୍କ ଶତକ
ମୁଁ ତାଙ୍କୁ କହିଥିଲି ତେବେ ମୋ ବାପାଙ୍କ ପାଖକୁ ଯାଅ, ମୁଁ ସେଲଫି ନେବି ନାହିଁ। ସେତେବେଳେ ଆମ ତମ୍ବୁ ଅନ୍ଧାର ଥିଲା। କାରଣ ବିଦ୍ୟୁତ୍ ନଥିଲା।। ଏହା ସତ୍ତ୍ବେ ବି ସେମାନେ ଜୋରଜବରଦସ୍ତ ଆମ ତମ୍ବୁ ଭିତରେ ପ୍ରବେଶ କରିଥିଲେ। ଏହି ସମୟରେ ବାପା ପହଞ୍ଚି ଯାଇଥିଲେ ସେ ସେମାନଙ୍କୁ ପଠାଇ ନାହାନ୍ତି ବୋଲି କହିଥିଲେ।