ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ବ୍ରିଜ ଉପରେ ୪ ଜଣ ଦୁର୍ବୃତ୍ତ ଆପୋଲୋ ଫାର୍ମାସୀର ଜଣେ ପରିଚାଳକଙ୍କୁ ଆକ୍ରମଣ କରି ତାଙ୍କ ନିକଟରୁ ଗୋଟିଏ ଦାମୀ ମୋବାଇଲ ଫୋନ ସହିତ ୧୭୫୦ ଟଙ୍କା ଛଡ଼ାଇ ନେଇଛନ୍ତି। ଲୁଟର ଶିକାର ହୋଇଥିବା କର୍ମଚାରୀ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ସୁଧଷଡ଼ଙ୍ଗୀ ଗ୍ରାମର ନିରଞ୍ଜନ ସ୍ବାଇଁ। ଏ ସଂପର୍କରେ ନିରଞ୍ଜନ ଆଜି ପୂର୍ବାହ୍ନରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଏହାର ଛାନଭିନ୍ କରିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇନାହିଁ। ଅଭିଯୋଗ ମୁତାବକ ନିରଞ୍ଜନ ଭୁବନେଶ୍ବର ଜାଗମରା ସ୍ଥିତ ଆପୋଲୋ ଫାର୍ମାସୀର ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ସେ ରାତି ୧୨ଟାରେ ଭୁବନେଶ୍ବରରୁ କାମ ସାରି ଘରକୁ ଫେରୁଥିବା ବେଳେ ଟଙ୍କପାଣି ବ୍ରିଜ ଉପରେ ଆଡ୍ଡା ଜମାଇଥିବା ୪ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ନିରଞ୍ଜନ ସେଠାରେ ଅଟକିବା କ୍ଷଣି ସେମାନେ ମାଡ଼ମାରି ତାଙ୍କ ବାଇକକୁ ଭାଙ୍ଗି ଦେଇଥିଲେ। ଏହାପରେ ତାଙ୍କ ଠାରୁ ମୋବାଇଲ ଫୋନ ଓ ଟଙ୍କା ଛଡ଼ାଇ ନେଇ ଟଙ୍କପାଣି ରାସ୍ତାରେ ଫେରାର ହୋଇଯାଇଥିଲେ।
ମାଡ଼ ମାରି ନେଇଗଲେ ଟଙ୍କା ଓ ମୋବାଇଲ
/sambad/media/post_attachments/wp-content/uploads/2020/02/p18_bike-loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)