ଟଙ୍କା ଛଡ଼ାଇ ୨ ଅଟକ

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ମାଉସୀ ମା’ ମନ୍ଦିର ନିକଟରେ ଦାଦା ବଟି ମାଗିବା, ମାଡ଼ ମାରି ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ଆତଙ୍କ ସୃଷ୍ଟି କରିଛନ୍ତି କିଛି ଦୁର୍ବୃତ୍ତ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ କ୍ୟାପିଟାଲ ଥାନା ଅଧୀନ କେଦାରପଲ୍ଲୀ ବସ୍ତିର ରାଜା ଓରଫ ସତ୍ୟନାରାୟଣ ନାୟକ(୨୩) ଓ ଦିଲୁ ନାୟକ(୨୪)। ପୁଲିସ ସୂଚନା ଅନୁଯାୟୀ ମାଉସୀ ମା’ ମନ୍ଦିର ଓ ଗୌତମ ନଗର ନିକଟରେ ହାର୍ଡୱେୟାର ଦୋକାନ କରିଥିବା ସଂଗ୍ରାମ ସାହୁଙ୍କୁ ରାଜା, ଦିଲୁ ସମେତ ୫ଜଣ ଦୁର୍ବୃତ୍ତ ଦାଦା ବଟି ମାଗିଥିଲେ। ସେ ମନା କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ସଂଗ୍ରାମଙ୍କ ମାମୁଁ ପ୍ରଭାତ ସାହୁ ଏହାର ବିରୋଧ କରିବାରୁ ସେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ପର୍ସ ଓ ମୋବାଇଲ୍‌ ଛଡ଼ାଇ ନେଇଥିବା ସଂଗ୍ରାମ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର