ସୀତାପୁର: ୟୁପିର ସୀତାପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମାଙ୍କଡ଼ଦଳ ଏକ ଦୁଇ ମାସର ଶିଶୁକୁ ଘରୁ ଉଠାଇ ନେଇ ପାଣି ଡ୍ରମରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ସମଗ୍ର ମାମଲା ମଛରେହଟା ଥାନା ଅଞ୍ଚଳର ସୁରଜପୁର ଗାଁରେ ଘଟିଛି। ଗତଗୁରୁବାର ଅନୁଜ କୁମାରଙ୍କ ଦୁଇ ମାସର ଶିଶୁ ଘରୁ ହଠାତ୍ ନିଖୋଜ ହୋଇଯାଇଥିଲା। ନବଜାତ ଶିଶୁକୁ ପରିବାରଲୋକ ବହୁତ ଖୋଜାଖୋଜି ପରେ ଘରର ଛାତ ଉପରେ ରଖାଯାଇଥିବା ଏକପାଣି ଭର୍ତ୍ତି ଡ୍ରମ ଭିତରୁ ନବଜାତର ମୃତଦେହକୁ ଉଦ୍ଧାର କରାଯାଇଥିଲା।
ଗ୍ରାମବାସୀଙ୍କ କହିବାନୁସାରେ, ଅନୁଜ କୁମାରଙ୍କ ସ୍ତ୍ରୀ ସବିତା ପିଲାଟିକୁ ବାରଣ୍ଡାରେ ପଡ଼ିଥିବା ଏକ ଖଟିଆରେ ଶୁଆଇ ଦେଇ ଗାଧୋଇବାକୁ ଚାଲି ଯାଇଥିଲେ। ବାହାରକୁ ଆସିବା ପରେ ପିଲାଟିକୁ ଦେଖିବାକୁ ନପାଇ ସବିତା ଏଣେତେଣେ ଖୋଜିବାକୁ ଲାଗିଥିଲେ। ବହୁତ ଖୋଜାଖୋଜି କରିବା ପରେ ଛାତ ଉପରେ ଥିବା ଏକ ପାଣିଭର୍ତ୍ତ ଡ୍ରମ ଭିତରୁ ଅନୁଜଙ୍କ ପରିବାର ନବଜାତକୁ ପାଇଥିଲେ। ସଙ୍ଗେସଙ୍ଗେ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ନବଜାତକୁ ମୃତ ଘୋଷଣା କରିଥିଲେ। ପିଲାଟିର ମୃତ୍ୟୁ ପରେ ପରିବାରଲୋକେ ପୁଲିସକୁ ସୂଚନା ନ ଦେଇ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଶବଦାହ କରିଥିଲେ।