ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ଜନପଦ ଅମରୋହାର ଗଜରୌଲା ଥାନା ଅଞ୍ଚଳସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରେଣୀଗୃହରେ ଫାଶୀ ଦେଇ ଜୀବନ ହାରି ଦେଇଛନ୍ତି। ମୃତ ପ୍ରଧାନଶିକ୍ଷକ ସଞ୍ଜୀବ ୧୮ପେଜ ବିଶିଷ୍ଟ ଏକ ସୁଇସାଇଡ ନୋଟ ବି ଛାଡ଼ି ଯାଇଛନ୍ତି।
ଆତ୍ମହତ୍ୟା ନୋଟରେ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଏବଂ ବିଏସଏଙ୍କୁ ଦାୟୀ କରି ପ୍ରଧାନଶିକ୍ଷକ ନିଜର ଦୁଃଖ ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପ୍ରତି ପୁଲିସ ଫୋରେନସିକ୍ ଟିମକୁ ଡାକି ପ୍ରଧାନଶିକ୍ଷକଙ୍କ କୋଠରିକୁ ଯାଞ୍ଚ କରି ସିଲ କରି ଦେଇଛି।
ସୂଚନାଯୋଗ୍ୟ, ଗଜରୌଲା ଅଞ୍ଚଳର ସୁଲତାନଠେର ଗ୍ରାମରେ ଥିବା ଆଦର୍ଶ ଜୁନିୟର ହାଇସ୍କୁଲର ସଞ୍ଜୀବ ଥିଲେ ପ୍ରଧାନଶିକ୍ଷକ। କିଛିଦିନ ହେବ ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟର ସହକର୍ମୀଙ୍କ ସହ ବିବାଦ ଲାଗି ରହିଥିବା ଅନ୍ୟ ଶିକ୍ଷକଙ୍କ ସୂତ୍ରରୁ ପ୍ରକାଶ ପାଇଛି।
ସଞ୍ଜୀବ କୁମାର ନିଜର ସୁଇସାଇଡ ନୋଟରେ ଲେଖିଛନ୍ତି, ‘ରାଘବେନ୍ଦ୍ର ସିଂ, ସରିତା ସିଂ ଏବଂ ବିଏସସ ମ୍ୟାଡାମଙ୍କୁ ନେଇ ମୁଁ ଦୁଃଖୀ। ଅନେକ ସମୟରେ ରାଘବେନ୍ଦ୍ର ଏବଂ ସରିତା ଦୁର୍ବ୍ୟବହାର କରିବା ସହିତ ମୋତେ ଗାଳିଗୁଲଜ କରିଥାଆନ୍ତି। ପ୍ରତିଦିନ ସେମାନଙ୍କ ନିର୍ଯାତନା ସହିବା ଅପେକ୍ଷା ମରିଯିବା ଭଲ। ମୁଁ ୨୦୧୯ ଏପ୍ରିଲ୍ ୨ ତାରିଖରୁ ସେମାନଙ୍କ ନିର୍ଯାତନାର ଶିକାର ହେଉଛି। ମୁଁ ସେମାନଙ୍କର ଯାଞ୍ଚ ସିବିଆଇ ଦ୍ୱାରା କରିବାକୁ ଚାହୁଁଛି । ମୁଁ ସମସ୍ତ ଅଧିକାରୀଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ ଅନୁସନ୍ଧାନ କରୁଥିବା ବ୍ୟକ୍ତି ଯେପରି ମୁରାଦାବାଦର ନହୁଅନ୍ତୁ। କାରଣ ମୁରାଦାବାଦର ସମଗ୍ର ବିଭାଗ ଏମାନଙ୍କ ଦ୍ବାରା ପ୍ରଚଳିତ।
ନିର୍ଯାତନାର ପୁରା କାହାଣୀ ଏହି ଚିଠି ଉଲ୍ଲେଖ ରହିଛି। ଯେ ପର୍ଯ୍ୟନ୍ତ ଡିଏମ ଓ ବିଏସଏ ମ୍ୟାଡମ ଆସି ନାହାନ୍ତି ସେ ପର୍ଯ୍ୟନ୍ତ ମୋର ମୃତଦେହକୁ ସ୍ପର୍ଶ କରିବ ନାହିଁ। ମୋ ପାଖରେ ସ୍କୁଲର କୌଣସି ସାମଗ୍ରୀ ନାହିଁ। ମୋର ମୃତ୍ୟୁ ପରେ ପରିମା ଶର୍ମାଙ୍କୁ ସ୍କୁଲ ଇନଚାର୍ଜ କରିବ। ସେ ସବୁଠାରୁ ବରିଷ୍ଠ ଶିକ୍ଷକ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/wfAuS4t6DHwkNEhiyshz.jpg)