ମୋର୍ଟାର ବୋମାକୁ ସେକ୍ସ ଟଏ ଭାବେ ବ୍ୟବହାର କଲା ସ୍ୱାମୀ,ଚାଲିଗଲା ସ୍ତ୍ରୀର ଜୀବନ !

ନିଜ ବୈବାହିକ ଜୀବନକୁ ସୁଖମୟ କରିବାକୁ ସମସ୍ତେ ଚାହିଁଥାଆନ୍ତି । ନୂଆ ନୂଆ ଉପାୟରେ କିପରି ବୈବାହିକ ସଂପର୍କକୁ ସବୁବେଳେ ସୁଖମୟ ରଖିବେ ସେହି ଚେଷ୍ଟାରେ ଦମ୍ପତିମାନେ ସବୁବେଳେ ରହି ଥାଆନ୍ତି । କିନ୍ତୁ କିଛି ନୂଆ କରିବା ନିଶାରେ ଫଳାଫଳ ଯଦି ପିତା ହେବ, ତାହା ମୁର୍ଖାମୀର ପରିଚୟ ବୋଲି କୁହାଯିବ । ସେଭଳି ଏକ ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଯୌନ ସଂଭୋଗକୁ ଟିକେ ଅଲଗା କରିବା ନିଶାରେ ନିଜ ସ୍ତ୍ରୀକୁ ହରାଇଛନ୍ତି ପେରୁର ବାସିନ୍ଦା ରୁବିନ୍‌ ଭଲେରା କୋର୍‌ନେଜୋ ।

thesun.co.uk

ଯୌନ ସଂପର୍କ ରଖିବା ସମୟରେ ରୁବିନ୍‌ ତାଙ୍କ ସ୍ତ୍ରୀଙ୍କ ଗୁପ୍ତାଙ୍ଗରେ ଏକ ମୋର୍ଟାର ବୋମାକୁ ସେକ୍ସ ଟଏ ମନେକରି ବ୍ୟବହାର କରିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣା ପଡ଼ିଛି । । ଏ ନେଇ ପୁଲିସ ରୁବିନ୍‌ଙ୍କୁ ଗିରଫ କରିଥିବା ବେଳେ ସେ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି ପୁଲିସକୁ କହିଛନ୍ତି ।
ରୁବିନ୍‌ଙ୍କ କହିବା ଅନୁଯାୟୀ, ମୁଁ ନିଶାସକ୍ତ ଅବସ୍ଥାରେ ଥିଲି । ସକାଳେ ଉଠି ଦେଖିବା ପରେ ମୋ ସ୍ତ୍ରୀ ଅଚେତ୍‌ ଅବସ୍ଥାରେ ଖଟ ଉପରେ ପଡ଼ିଥିବାର ଦେଖିଲି । ରାତିରେ କ’ଣ ହୋଇଥିଲା ସେ ବିଷୟରେ ମୁଁ କିଛି ବି ଜାଣି ନାହିଁ । ମୋ ସ୍ତ୍ରୀ ଘରେ ବ୍ୟବହାର ହେଉଥିବା କୌଣସି ଜିନିଷକୁ ସେକ୍ସ ଟଏ ଭାବରେ ବ୍ୟବହାର କରିବା ପାଇଁ ମୋତେ କହିଥିଲା, କେବଳ ତାହା ହିଁ ମନେ ଅଛି ।

thesun.co.uk

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଏକ ମୋର୍ଟାର ବୋମା ମିଳିଥିଲା ଯେଉଁଥିରେ ରକ୍ତ ଲାଗିଥିବା ସହ ଗୁପ୍ତାଙ୍ଗର କେଶ ଲାଗିଥିବା ଦେଖା ଯାଇଥିଲା । ରୁବିନ୍‌ ନିଶାସକ୍ତ ଅବସ୍ଥାରେ ଏପରି କରି ଥାଇ ପାରନ୍ତି ବୋଲି ଆମେ ସନ୍ଦେହ କରିବା ସହ ତଦନ୍ତ ଜାରି ରଖିଛୁ।

ସମ୍ବନ୍ଧିତ ଖବର