କବର ଦିଆଯାଇଥିବା ଝିଅମାନଙ୍କର ଶବକୁ ଚୋରାଇ ଆଣି ଘରେ କଣ୍ଢେଇ ପରି ସଜାଉଥିଲେ ଯୁବକ

ନୂଆଦିଲ୍ଲୀ: ଋଷର ଜଣେ କୁଖ୍ୟାତ ଅପରାଧୀ ବିବାହ କରିବାକୁ ଇଚ୍ଛା କରିଛନ୍ତି । ଏଥିପାଇଁ ତାଙ୍କୁ ମେଣ୍ଟାଲ ଇନଷ୍ଟିଚ୍ୟୁଟରୁ ମୁକ୍ତି ଦେବାକୁ କୋର୍ଟରେ ଅପିଲରେ କରିଛନ୍ତି । ଏହି ବ୍ୟକ୍ତିଜଣକ ଏପରି କିଛି କାମ କରୁଥିଲେ ଯାହା ଜାଣିଲେ ଆପଣ ଚମକି ପଡିବେ ।

ଋଷର ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆନାଟୋଲି ମୋସ୍କଭିନ୍ । ସେ ମଶାଣିରେ କବର ଦିଆଯାଇଥିବା ଝିଅ ମାନଙ୍କର ଶବକୁ ଚୋରାଇ ଆଣୁଥିଲେ । ସେମାନଙ୍କ ଶବକୁ ଘରେ କଣ୍ଢେଇ ପରି ସଜେଇ ରଖୁଥିଲେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏଭଳି ଉଦ୍ଭଟ କାମ କରୁଥିବା ଆନାଟୋଲି ଜଣେ ଇତିହାସବିତ୍ ।

ଶବ ଚୋରାଇବା ଘଟଣାରେ ତାଙ୍କୁ ଗିରଫ କରାଯିବା ପରେ ତାଙ୍କୁ ମାନସିକ ବିକୃତ ଦର୍ଶାଇ ତାଙ୍କୁ ମେଣ୍ଟାଲ ଇନଷ୍ଟିଚ୍ୟୁଟରେ ରଖାଯାଇଛି । ହେଲେ ଏବେ ସେ ବିବାହ କରିବାକୁ ଚାହୁଁଛନ୍ତି । ତେଣୁ ମୁକ୍ତ କରାଯାଉ ବୋଲି ସେ କୋର୍ଟ ଓ ଋଷ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଡେଲି ଷ୍ଟାରର ଖବର ମୁତାବକ, ନିଝନି ନୋଭଗୋରୋଡ ସହରରେ ରହୁଥିବା ଆନାଟୋଲିଙ୍କୁ ୨୦୧୧ରେ ଗିରଫ କରାଯାଇଥିଲା । ସେ ୩ ବର୍ଷରୁ ୧୨ ବର୍ଷ ବୟସ ମଧ୍ୟରେ ପ୍ରାଣ ହରାଉଥିବା ଝିଅମାନଙ୍କର ୨୬ଟି ଶବକୁ କବରରୁ ଚୋରାଇ ନେଇ ଘରେ ରଖିଥିଲେ ।

ଏକ ବିଶେଷ ସୂତରୁ ଏହି ଘଟଣା ବିଷୟରେ ଜାଣିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଶବର ପବିତ୍ରତାକୁ ନଷ୍ଟ କରିଥିବା ଅଭିଯୋଗରେ ତାଙ୍କୁ ୨୪୪ ଧାରା ଅଧିନରେ ଦୋଷୀ ପ୍ରମାଣିତ କରାଯାଇ ଜେଲ ପଠାଯାଇଥିଲା । ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ମେଣ୍ଟାଲ ଇନଷ୍ଟିଚ୍ୟୁଟ ପଠାଯାଇଥିଲା ।
ଗିରଫ ପରେ ସେ ଆଉ ଏକ ଅଜବ କଥା ପୁଲିସକୁ କହିଥିଲେ । ସେ ବିଜ୍ଞାନ ଏବଂ ଯାଦୁବିଦ୍ୟାରେ ସମସ୍ତ ମୃତ ଝିଅଙ୍କୁ ବଞ୍ଚାଇ ଦେଇପାରିବେ ବୋଲି କହିଥିଲେ ।

 

 

ସମ୍ବନ୍ଧିତ ଖବର