ବିହାରରୁ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ପାଟ୍‌ନା: ୨୫ରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ମାଓବାଦୀକୁ ଆଜି ବିହାର ପୁଲିସ ଗିରଫ କରିଛି। ମୁଜାଫରପୁର ଜିଲ୍ଲାର ସେଓହର ସୀମାରୁ ଆତ୍ମଘୋଷିତ ନକ୍ସଲ୍‌ ଜୋନାଲ୍‌ କମାଣ୍ଡର ଲାଲ୍‌ବାବୁ ସାହନି ଓରଫ ଭାସ୍କର ଓରଫ୍‌ ପ୍ରଳୟ ଗିରଫ ହୋଇଛି। ମଧୁବନ ଥାନା ଅଧୀନ ପୂର୍ବ ଚମ୍ପାରନ ଜିଲ୍ଲାରେ ତା’ ଘର। ଅନ୍ୟପକ୍ଷେ ମୁଙ୍ଗେର ଜିଲ୍ଲାରେ ଜଣେ ସନ୍ଦିଗ୍ଧ ମାଓବାଦୀ ଗିରଫ ହୋଇଛି ଏବଂ ତା’ ନିକଟରୁ ୩ଟି ଏକେ-୪୭ ଜବତ ହୋଇଛି।

ସମ୍ବନ୍ଧିତ ଖବର