କୁଖ୍ୟାତ ଏଟିଏମ୍‌ ଲୁଟେରା ସମ୍ଭବ ଆଚାର୍ଯ୍ୟ ଗିରଫ, ୪୨ ହଜାର ଟଙ୍କା ଜବତ

ଭୁବନେଶ୍ୱର: କୁଖ୍ୟାତ ଏଟିଏମ୍‌ ଲୁଟେରା ସମ୍ଭବ କୁମାର ଆଚାର୍ଯ୍ୟକୁ ଭୁବନେଶ୍ୱର କମିସନରେଟ ପୁଲିସ ଆଜି ଗିରଫ କରିଛି। ପୁଲିସ ତାଠାରୁ ନଗଦ ୪୨ ହଜାର ଟଙ୍କା, ୩ଟି ମୋବାଇଲ ଓ ୬ଟି ଏଟିଏମ୍‌ କାର୍ଡ ଜବତ କରିଛି। ସମ୍ଭବ ନାଁରେ ଓଡ଼ିଶାର ବିଭିନ୍ନ ଥାନାରେ ମୋଟ ୧୯ଟି ମାମଲା ଥିବା ପୁଲିସ କହିଛି। ଏଥିରେ ଭୁବନେଶ୍ୱରରେ ୧୪ଟି ଓ ପୁଣେରେ ୫ଟି ସାମିଲ ଅଛି।

ପୁଲିସ କହିଛି ସମ୍ଭବର ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଶାସନ। ସେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ପୁଅ ଏବଂ ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଫେଜ-୨, କାନନ ବିହାରସ୍ଥିତ ଇଷ୍ଟ ଭିଉ ଆପାର୍ଟମେଣ୍ଟର ୧ ନମ୍ବର ବ୍ଲକର ୧୪୧ ନମ୍ବର ଫ୍ଲାଟରେ ରହୁଥିଲା।

ସମ୍ଭବ ଆଚାର୍ଯ୍ୟକୁ ପୂର୍ବରୁ ୨୦୧୭ ମେ’ ମାସରେ କମିସନରେଟ ପୁଲିସ ଗିରଫ କରିଥିଲା। ସେହି ସମୟରେ ସେ ଭୁବନେଶ୍ୱରସ୍ଥିତ ଏକ ସିନେମା ହଲରେ ବାହୁବଳୀ-୨ ଦେଖୁଥିଲା। କିନ୍ତୁ ପରେ ସେ ଜାମିନରେ ଆସିଥିଲା। ୩୦ ବର୍ଷୀୟ ଯୁବକ ତଥା ଅଭିଯୁକ୍ତ ପୁଣି ଥରେ ୨୦୧୮ ସେପ୍ଟେମ୍ବରରେ ମୁମ୍ବାଇର ସାକିନାକା ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିଲା।

ସମ୍ବନ୍ଧିତ ଖବର