ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ମାଧବ ଖୁଣ୍ଟିଆକୁ ଗୁରୁବାର ଏସ୍ଟିଏଫ୍ ଟିମ୍ ଗିରଫ କରିଛି। ଗିରଫ ପରେ ପୁଲିସ କହିଛି, ମାଧବ ୧୩୬ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିଲା। ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ମାଧବକୁ ବଲାଙ୍ଗୀରରୁ ଗିରଫ କରିଛି। ମାଧବ ନାଁରେ ରାଜ୍ୟର ଅନେକ ଗୁଡ଼ିଏ ଥାନାରେ ଶତାଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରେ ଲୁଟ, ଚୋରୀ ଡକାୟତି, ରାହାଜାନୀ ଆଦି ସାମିଲ ଅଛି। ଗିରଫ ସମୟରେ ମାଧବ ଠାରୁ କ୍ରାଇମବ୍ରାଞ୍ଚ ଗୋଟିଏ ବନ୍ଧୁକ, ୪ଟି ଗୁଳି, ଖଣ୍ଡା ଓ ଭୁଜାଲି ଜବତ କରିଛି। ମାଧବର ଅପରାଧ ଦୁନିଆ ବିସ୍ତାର କରିବାରେ ତା’ର କିଛି ସହଯୋଗୀଙ୍କ ମଧ୍ୟ ଭୂମିକା ରହିଛି। ସେମାନଙ୍କ ମଧ୍ୟରୁ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
କୁଖ୍ୟାତ ଅପରାଧୀ ମାଧବକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍
/sambad/media/post_attachments/wp-content/uploads/2018/09/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)