କୁଖ୍ୟାତ ଅପରାଧୀ ସୁଲେମାନ ଗିରଫ

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ କୁଖ୍ୟାତ ଅପରାଧୀ ସେକ୍‌ ସୁଲେମାନକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଧମକ ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ତାକୁ ଗିରଫ କରିଛି। ସୁଲେମାନର ଘର ମାଳିସାହି ମସ୍‌ଜିଦ୍‌ କଲୋନି। ପୂର୍ବରୁ ସୁଲେମାନ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ସେ ବିଧାୟକ ରମେଶ ଜେନାଙ୍କ ସହଯୋଗୀ ଥିବା ଜଣାପଡ଼ିବା ପରେ ତାକୁ ପୂର୍ବରୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର