ଝିଅ କେଶରେ ତେଲ ଲଗାଇବା ମହଙ୍ଗା ପଡ଼ିଲା, ସବୁଦିନ ପାଇଁ ଝିଅକୁ ହରାଇ ଦେଲା ମା’

ଥାନେ: ମହାରାଷ୍ଟ୍ରର ଥାନେରେ ୧୩ବର୍ଷର ବାଳିକା ମା’ ଉପରେ ରାଗି ଯାଇ ଜୀବନହାରି ଦେଇଛି। ଝିଅ ରାଗିବାର କାରଣ ହେଉଛି ତାର ମା’ କେଶରେ ଅଧିକ ତେଲ ଲଗାଇ ଦେଇଥିଲେ। ମା’ କିଛି ବୁଝିବା ପୂର୍ବରୁ ଝିଅ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରି ଦେଇଥିଲା।

ଏଭଳି ଘଟଣା ବାଲକୁମ ଓ ଭାଗିରଥ ଟାଓ୍ଵାରରେ ଘଟିଛି। ଗତ ବୁଧବାର ସକାଳେ ୧୩ବର୍ଷର ନାବାଳିକା ବିଜୟା ଭୋୟର ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ମା’ ଝିଅର ଶୁଖା କେଶ ଦେଖି ତେଲ ଲଗାଇ କୁଣ୍ଡାଇ ଦେବା ପାଇଁ କହିଥିଲେ। ଝିଅ କିନ୍ତୁ ମା’ କଥାରେ ରାଜି ହୋଇ ନଥିଲେ। ଏହାପରେ ବେଶି ନୁହେଁ ଅଳ୍ପ ତେଲ ଲଗାଇ କୁଣ୍ଡାଇ ଦେବେ କହି ମା’ ଝିଅକୁ ବୁଝାଇଥିଲେ। ତେଲ ଲଗାଉ ଲଗାଉ ଝିଅ କେଶରେ ଅଧିକ ତେଲ ଲାଗି ଯାଇଥିଲା। ଏଥିରେ ବିଜୟା ରାଗି ଯାଇଥିଲା, ଏଥିପାଇଁ ମା’ ବିଜୟାକୁ ଗାଳି ଦେଇଥିଲେ। ମା’ ଗାଳି ବିଜୟାକୁ ବହୁତ ଖରାପ ଲାଗିଥିଲା। ଏହି ଛୋଟ କଥାକୁ କେନ୍ଦ୍ର କରି କେହି କିଛି ବୁଝିବା ପୂର୍ବରୁ ଝିଅ ଛାତ ଉପରୁ ଡେଇଁ ପଡ଼ିଥିଲା। ପରିବାରଲୋକେ ସଙ୍ଗେସଙ୍ଗେ ଝିଅକୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ବିଜୟାକୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଆତ୍ମହତ୍ୟା ଖବର ପାଇବା ପରେ ପୁଲିସ କପୁରବାଓ୍ଵଡିରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର