ପାଞ୍ଚ ଜଣଙ୍କୁ ଘର ବିକି ଅଢେଇ କୋଟି ଟଙ୍କା ଠକିଲେ ମାଆ-ଝିଅ

ନୂଆଦିଲ୍ଲୀ: ଗୋଟିଏ ଘରକୁ ପାଞ୍ଚ ପାଞ୍ଚ ଜଣ ଭିନ୍ନ ଭିନ୍ନ ଲୋକଙ୍କୁ ବିକି ଅଢେଇ କୋଟି ଟଙ୍କା ଠକିବା ଅଭିଯୋଗରେ ମାଆ -ଝିଅଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମାଆଙ୍କ ନାଆଁ ହେଲା ମୋଲ୍ଲୀ କପୁର(୬୫) ଓ ଝିଅଙ୍କ ନାମ ହେଲା ଅନୁରାଧା କପୁର (୪୩)। ସେ ଦୁହେଁ ନୂଆଦିଲ୍ଲୀର ଗ୍ରେଟର୍‌ କୈଳାସ ପାର୍ଟ-୧ରେ ଥିବା ଘରକୁ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଜାଲି କାଗଜପତ୍ର ଜରିଆରେ ବିକ୍ରି କରିଛନ୍ତି। ତେବେ ଏ ଦୁଇ ମହିଳା ବିକ୍ରି କରିବା ପରେ ବିଦେଶକୁ ପଳାଇଯାଇଥିଲେ।

ଅତିରିକ୍ତ ଉପ ପୁଲିସ କମିସନର(ଦକ୍ଷିଣ ପୂର୍ବ) ଘନଶ୍ୟାମ ବଂଶଲ୍‌ କହିଛନ୍ତି ଯେ, ଅନୁରାଧାଙ୍କୁ ୨୦୧୫ରେ ଗୋଆ ପୁଲିସ ଜଣେ ଜୁଆ ଏଜେଣ୍ଟ ହତ୍ୟା ମାମଲାରେ ଗିରଫ କରିଥିଲା। ମାଆ-ଝିଅ ଘରର ମୂଲ୍ୟ ୨ କୋଟି ୮୦ ଲକ୍ଷ ଟଙ୍କା ବୋଲି କହି ପାଞ୍ଚ ଜଣଙ୍କଠାରୁ ୬୦ ଲକ୍ଷରୁ ୧ କୋଟି ଟଙ୍କା ଯାଏଁ ଆଗାମୀ ଅର୍ଥ ଆଦାୟ କରିଥିଲେ। ମୋଲ୍ଲୀ ଓ ଅନୁରାଧା ଦିଲ୍ଲୀର ଏକ ହୋଟେଲରେ ଅବସ୍ଥାନ କରିଥିବା ଜାଣିବା ପୁଲିସ ସେ ଦୁହିଁଙ୍କୁ ଚଢାଉ କରି ଗିରଫ କରିଥିଲା।

ସମ୍ବନ୍ଧିତ ଖବର