ସ୍ୱାମୀ କହିଲେ ମାରି ଦେ ଝିଅକୁ, ମନା କରିବାରୁ ତଡ଼ିଦେଲେ ଘରୁ

ବାନ୍ଦା: ଉତ୍ତରପ୍ରଦେଶ ଚିଲ୍ଲା ଥାନା ଅଞ୍ଚଳରେ ଅତରହଟ ଗ୍ରାମରେ ଝିଅ ଜନ୍ମ ହେବା କାରଣରୁ ପତ୍ନୀଙ୍କୁ ଘରୁ ତଡ଼ି ଦେବାର ଘଟଣା ସାମ୍ନାକୁ ଆସିଛି। ପୀଡିତା ତାର ଶିଶୁ କନ୍ୟାକୁ ଧରି ନ୍ୟାୟ ଭିକ୍ଷା କରୁଛି।

ପୁଲିସ ଅଧ୍ୟକ୍ଷକ ଲାଲ ଭରତ କୁମାର ପାଲ ସୋମବାରକୁ କହିଛନ୍ତି, ରବିବାର ଦିନ ଅତରହଟ ଗ୍ରାମର ମହିଳା ନିର୍ମଳା ଦେବୀ (୨୬) ନିଜର ଦୁଇଟି କନ୍ୟା ସନ୍ତାନକୁ ନେଇ କାର୍ଯ୍ୟାଳୟ ଆସିଥିଲେ। ମହିଳାଙ୍କ କହିବାନୁସାରେ, ୨୦୧୮ ଜାନୁଆରି ୨୦ ତାରିଖରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପୂର୍ବରୁ ତାଙ୍କର ଆଉ ଏକ କନ୍ୟା ସନ୍ତାନ ଥିଲା। ସେ ଯେତେବେଳେ ନବଜାତ ଶିଶୁକୁ ଧରି ଶାଶୁଘରକୁ ଯାଇଥିଲେ ତାଙ୍କ ସ୍ୱାମୀ ଧିରେନ୍ଦ୍ର ସିଂହ ଓ ଶାଶୁଘର ଲୋକ ଶିଶୁ କନ୍ୟାକୁ ହତ୍ୟା କରିବା ପାଇଁ କହିଥିଲେ। ସେମାନଙ୍କର କୌଣସି କଥା ମହିଳା ଶୁଣି ନଥିଲେ। ଏହାପରେ ସେମାନେ ତାଙ୍କୁ ମାରଧର କରିବା ସହିତ ଶିଶୁ କନ୍ୟା ସହିତ ଘରୁ ତଡ଼ି ଦେଇଥିଲେ। ଏଏସପି ଏହି ମାମଲାର ପ୍ରାଥମିକ ତଦନ୍ତ କରିବା ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର