ଲଣ୍ଡନ: ପିଲାମାନେ ନିଜ ପିତା-ମାତାଙ୍କ ପାଖରେ ନିଜକୁ ସୁରକ୍ଷିତ ମନେ କରି ଥାଆନ୍ତି। କିନ୍ତୁ ନିକଟରେ ଏମିତି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବିଶ୍ୱାସ ବି କରି ପାରିବେ ନାହିଁ କି କୌଣସି ପିତା-ମାତା ନିଜ ପିଲା ସହିତ ଏମିତି ବି କରି ପାରନ୍ତି?
ଇଂଲଣ୍ଡର ଏସେକ୍ସ ସହରରେ ଏମିତି ଏକ ଘଟଣା ଘଟିଛି। ପିତା-ମାତା ମିଶି ନିଜ ୪ମାସର ପିଲାକୁ ପିଟିପିଟି ୨୮ଟି ହାଡ ଭାଙ୍ଗି ଦେଇଥିବା ଖବର ମିଳିଛି। ଶିଶୁଟିର ମାତାର ନାମ ଏଲେକ୍ସେନ୍ଡ୍ରା ଓ ପିତା ନାମ ଏଡମ ଜେନ୍ଡର୍ଜେକ ବୋଲି ଜଣାପଡ଼ିଛି। ଏହି ମାମଲା ପୁଲିସ ଷ୍ଟେସନ୍ରେ ଯାଇ ପହଞ୍ଚିବା ପରେ ଉକ୍ତ ଶିଶୁର ପିତା-ମାତାଙ୍କୁ ପୁଲିସ ଗିରଫ କରି ନେଇଛି।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଶିଶୁ ଗୋଟିଏ ହାତରେ ଫେକ୍ଚର ଚିକିତ୍ସା ପାଇଁ ରାୟାଲ୍ ଆଲେକ୍ଜାନ୍ଣ୍ଡ୍ରା ଚିଲ୍ଡ୍ରେନ୍ ହସ୍ପିଟାଲ୍ରେ ପହଞ୍ଚିଥିଲେ। ଏଠାରେ ଡାକ୍ତର ଶିଶୁଟିର ହାତ ବଦଳରେ ସମ୍ପୂର୍ଣ୍ଣ ଶରୀରର ଫଟୋ ଉଠାଇ ଥିଲେ। ଏହି ରିପୋର୍ଟ ଆସିବା ପରେ ଡାକ୍ତରଙ୍କ ହୋସ୍ ଉଡି ଯାଇଥିଲା। ଶିଶୁଟି ଶରୀରରେ ଡାକ୍ତର ପାଖାପାଖି ୨୮ଟି ଫେକ୍ଚର ଦେଖିବାକୁ ପାଇଥିଲେ। ତେବେ କିପରି ଶିଶୁ ଶରୀରରେ ଏତେଗୁଡ଼ିକ ଫେକ୍ଚର ହେଲା ବୋଲି ଡାକ୍ତର ପିତା-ମାତାକୁ ପଚାରିବାରୁ ସେମାନେ ଏନେଇ କିଛି ଜାଣି ନାହାନ୍ତି ବୋଲି କହିଥିଲେ।
ଏହାପରେ ଡାକ୍ତରଙ୍କୁ ସନ୍ଦେହ ହୋଇଥିଲା। ସେ ଏହି ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପଚାରଉଚରା ସମୟରେ ଜାଣିବାକୁ ପାଇଲା କି, ଶିଶୁକୁ ତାର ପିତା-ମାତା ଗତ ୪ରୁ ୬ ସପ୍ତାହ ତଳେ ମାଡ ମାରିଥିଲେ। ଯାହାଫଳରେ ଶିଶୁ ଶରୀରରେ ୨୮ଟି ହାଡରେ ଫେକ୍ଚର ଥିବା ଜଣାପଡ଼ିଥିଲା। ଶିଶୁର ପିତା-ମାତାଙ୍କୁ ଏହି ଘଟଣାରେ ଆଠବର୍ଷ ଜେଲ ହୋଇଯାଇଛି।